ବର୍ଷା ଧୋଇଦେଲା ପ୍ରଥମ ଦିନ ଖେଳ
ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ବର୍ଷା ପାଇଁ ଆଜି ଆରମ୍ଭ ହୋଇପାରି ନାହିଁ । ବେଙ୍ଗାଲୁରୁର ପାଣିପାଗ ପ୍ରତିବନ୍ଧକ ସାଜିଛି। ପ୍ରଥମ ଟେଷ୍ଟ୍ ପ୍ରଥମ ଦିନ ଗୋଟିଏ ବି ବଲ ପଡ଼ିପାରିନାହିଁ । ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟ୍ରେ ପ୍ରଥମ ଦୁଇ ଦିନ ଖେଳ ହୋଇପାରି ନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଭାରତୀୟ ବ୍ୟାଟର୍ମାନେ ଆକ୍ରମଣାତ୍ମକ ଶୈଳୀ ଆପଣାଇବାରୁ ଘରୋଇ ଦଳ ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା।
ବେଙ୍ଗାଲୁରୁରେ ଗୁରବାର ଖେଳ ହେବ କି ନାହିଁ ପାଣିପାଗ ଦେଖି କୁହାଯିବ । ନ୍ୟୁଜିଲାଣ୍ଡ ଘରୋଇ ଟେଷ୍ଟ୍ ଶୃଙ୍ଖଳାରେ ଶ୍ରୀଲଙ୍କାଠୁ ୦-୨ରେ ପରାସ୍ତ ହୋଇଥିଲା ବେଳେ ଭାରତ ଲଗାତାର ୬ ଘରୋଇ ମ୍ୟାଚ୍ରେ ଅପରାଜେୟ ରହିଛି।