୨ ରନରେ ଜିତିଲା ଟିମ୍ ଇଣ୍ଡିଆ

ଡବଲିନ: ଭାରତ-ଆୟରଲ୍ୟାଣ୍ଡ ପ୍ରଥମ ଟି-୨୦ ବର୍ଷା ପାଇଁ ଦୁଇ ରନରେ ଜିତିଛି ଭାରତ ।  ପ୍ରଥମ ଟି-୨୦ ମ୍ୟାଚରେ ଡକୱର୍ଥ ଲୁଇସ୍ (ଡିଏଲଏସ) ପଦ୍ଧତିରେ ୨ ରନରେ ପରାଜିତ କରିଛି ।  ପ୍ରଥମେ ବ୍ୟାଟିଂ କରି ଆୟରଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୯ରନ କରିଥିଲା । ଆୟରଲ୍ୟାଣ୍ଡ ପକ୍ଷରୁ ବାରି ମାକ୍କାର୍ଥି ସର୍ବାଧିକ ୫୧ରନ କରିଥିଲେ । ଭାରତ ପକ୍ଷରୁ ଅଧିନାୟକ ଜଶପ୍ରୀତ ବୁମରାହ, ପ୍ରସିଦ୍ଧ କ୍ରୀଷ୍ଣା ଏବଂ ରବି ବିଷ୍ଣୋଇ ୨ ଟିଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।ବୁମରାହଙ୍କ ବୋଲିଂକୁ ସୋସିଆଲ ମିଡିଆରେ ଢ଼େର ପ୍ରଶଂସା କରାଯାଇଛି ।

୧୪୦ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ପକ୍ଷରୁ ୟଶସ୍ୱୀ ଜୟସ୍ୱାଲ ଏବଂ ଋତୁରାଜ ଗାୟକ୍ୱାଡ ପଡ଼ିଆକୁ ଓହ୍ଲାଇଥିଲେ । ହେଲେ ଜୟସ୍ୱାଲ ୨୩ ବଲରେ ୨୪ ରନ୍ କରି ଆଉଟ୍ ହୋଇଯାଇଥିଲା । ତାଙ୍କ ସ୍ଥାନରେ ତିଲକ ବର୍ମା କ୍ରୀଜକୁ ଓହ୍ଲାଇଥିଲେ ହେଲେ ସେ ଖାତା ଖୋଲି ନପାରି କ୍ରେଜ ୟଙ୍ଗ ଓଭରରେ କ୍ୟାଚ୍ ଆଉଟ୍ ହୋଇ ପାଭେଲିଅନ୍ ଫେରିଯାଇଥିଲେ । ଭାରତ ପକ୍ଷରୁ ଋତୁରାଜ ଗାୟକ୍ୱାଡ ଏବଂ ସଞ୍ଜୁ ସାମସନ ବ୍ୟାଟିଂ କରୁଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା । ୬.୫ ଓଭର ଚାଲିଥିବା ବେଳେ ଭାରତ ୨ ୱିକେଟ୍ ବିନିମୟରେ ୪୭ ରନ୍ କରିଥିଲା । ଲଗାଣ ବର୍ଷା କାରଣରୁ ଅମ୍ପାୟାର ଡିଏଲଏସ୍ ପଦ୍ଧତିରେ ଭାରତକୁ ବିଜୟୀ ଘୋଷିତ କରିଥିଲେ ।