ବିରାଟ କୋହଲିଙ୍କ ଶତକ: ୩୨୬ ରନ କରିବା ପରେ ଜିତିଲା ଭାରତ
ବିରାଟ କୋହଲିଙ୍କ ଶତକ । ୩୨୬ ରନ କରିବା ପରେ ୨୪୩ ରନରେ ଜିତିଲା ଭାରତ । ଗୋଟିଏ ପଟେ ଜନ୍ମ ଦିନରେ ଶତକ ଭେଟି ଦେଇଛନ୍ତି ବିରାଟ କୋହଲି । ଅନ୍ୟପଟେ ବୋଲରମାନେ ମଧ୍ୟ ଭଲ ବୋଲିଂ କରି ଭାରତକୁ ଦମଦାର ବିଜୟ ଦେଇଛନ୍ତି । ବିଶେଷ କରି ଜାଡେଜାଙ୍କ ବୋଲିଂରେ ସାଉଥ ଆଫ୍ରିକା ଧରାଶାୟୀ ହୋଇଯାଇଥିବା ଦେଖିବାକୁ ମିଳିଥିଲା । କୈାଣସି ଖେଳାଳି ଆଜି ସାଉଥ ଆଫ୍ରିକା ପକ୍ଷରୁ ୨୦ ରନ କରିବାକୁ ସକ୍ଷମ ହୋଇନଥିଲେ । ଆଜି ବିରାଟ କୋହଲିଙ୍କ ଜନ୍ମଦିନ ସେପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ବିରାଟ ଶତକ ହାସଲ କରିଛନ୍ତି ଯାହା ଫ୍ୟାନଙ୍କ ଖୁସିକୁ ଦ୍ୱିଗୁଣିତ କରିଛି । ଏହି ଶତକ ସହ ବିରାଟ ଦିନିକିଆରେ ୪୯ତମ ଶତକ ହାସଲ କରି ରେକର୍ଡ କରିବାରେ ସେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି । ଆଜି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ଟିମ ଇଣ୍ଡିଆର ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ବିରାଟ କୋହଲି ଶତକ ହାସଲ କରିଛନ୍ତି । ବିରାଟ ଜନ୍ମଦିନରେ ଦେଶବାସୀଙ୍କୁ ଶତକ ଭେଟି ଦେଇଛନ୍ତି । ଫଳରେ ଭାରତ ୫୦ ଓଭର ବ୍ୟାଟିଂ କରି ୩୨୬ ରନ କରିବାରେ ସଫଳ ହୋଇଛି । ଫଳରେ ଦକ୍ଷିଣ ଆଫ୍ରିକାକୁ ଏବେ ୩୨୭ ରନର ଟାର୍ଗେଟ ଦରକାର ।ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ବିରାଟ କୋହଲି ୧୦୧, ଶ୍ରେୟସ ଆୟର ୭୭, ରୋହିତ ଶର୍ମା ୪୦, ରବିନ୍ଦ୍ର ଜାଡେଜା ୨୯ ରନ କରିଛନ୍ତି । ଫଳରେ ଭାରତ ୫୦ ଓଭରରେ ୫ ୱିକେଟ ହରାଇ ୩୨୬ ରନ କରିଛି ।