ଗାଇକ୍ବାଡଙ୍କ ଶତକ, ଅଷ୍ଟ୍ରେଲିଆ ଆଗରେ ୨୨୩ ରନର ଲକ୍ଷ୍ୟ

ଗୁଆହାଟୀ : ଗୁଆହାଟୀଠାରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ୩ୟ ଟି-୨୦ରେ ଋତୁରାଜ ଗାଇକ୍ବାଡଙ୍କ ବିସ୍ଫୋରକ ଶତକ ବଳରେ ଅଷ୍ଟ୍ରେଲିଆ ଆଗରେ ୨୨୩ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଭାରତ ।ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ  ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ୨ଟି ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଯଶସ୍ବୀ ଜୟସ୍ବାଲ ୬ ରନ ଓ ଇଶାନ କିଷନ ୦ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କିଛି ସମୟ କ୍ରିଜରେ ରହିଥିଲେ ବି ସେ ୩୯ ରନ କରି ଆଉଟ ହୋଇଥିଲେ । ଅନ୍ୟପକ୍ଷରେ ଋତୁରାଜ ଓ ତିଲକ ବର୍ମା ଏକ ଶତକୀୟ ପାର୍ଟନରସିପ କରି ଦଳୀୟ ସ୍କୋରକୁ ୨୦୦ ସେପଟକୁ ନେଇଯାଇଥିଲେ । ଗାଇକ୍ବାଡ ଅପରାଜିତ ୧୨୩ରନ କରିଥିବାବେଳେ ବର୍ମା  ଅପରାଜିତ ୩୧ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨୨୨ ରନ କରିଥିଲା ।