ଭାରତ-ପାକିସ୍ତାନ ମହାଟକ୍କର

ଭାରତ-ପାକିସ୍ତାନ ମହାଟକ୍କର ଆଜି ସଂଧ୍ୟାରେ ଦେଖିବାକୁ ମିଳିବ । ରୋହିତ ବାହିନୀ ଆଜି ମ୍ୟାଚ ଜିତିବାକୁ ପଡ଼ିଆକୁ ଓହ୍ଲାଇବେ । ଏଥର ରୋହିତ, କୋହଲି ବେଷ୍ଟ ଫର୍ମରେ ଅଛନ୍ତି । ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ଓ ପାକିସ୍ତାନ ଏପର୍ଯ୍ୟନ୍ତ ୭ଟି ମୁକାବିଲାରେ ଭେଟାଭେଟି ହୋଇଛନ୍ତି। ଭାରତ ୬ଥର ବିଜୟୀ ହୋଇଥିଲା ବେଳେ ପାକିସ୍ତାନ ମାତ୍ର ଥରେ ବିଜୟର ସ୍ବାଦ ଚାଖିଛି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଲଗାତାର ପାଞ୍ଚଟି ବିଜୟ ପରେ ୨୦୨୧ ମସିହାରେ ଭାରତ ପ୍ରଥମ ଥର ପାଇଁ ପାକିସ୍ତାନଠାରୁ ହାରିଥିଲା। ୨୦୨୨ରେ ଏହାର ମଧୁରି ପ୍ରତିଶୋଧ ବି ନେଇଥିଲା। ପାକିସ୍ତାନ ପାଇଁ ଏଥର ଏହି ସୁଯୋଗ ରହିବ। ତେବେ ଟ୍ବେଣ୍ଟି-୨୦ରେ ଭାରତ ଓ ପାକିସ୍ତାନ ମୋଟ ଉପରେ ୧୨ ଥର ପରସ୍ପରର ମୁକାବିଲା କରିଛନ୍ତି। ଏଥିରେ ମଧ୍ୟ ଭାରତ ୯ ମ୍ୟାଚ୍ ଜିତି ଢେର ଆଗରେ ରହିଛି। ପାକିସ୍ତାନ ତିନିଟି ମ୍ୟାଚ୍ ଜିତିଥିଲା ବେଳେ ୨୦୦୭ ବିଶ୍ବକପ୍‌ର ପ୍ରଥମ ମୁକାବିଲା ଟାଇ ରହିବା ପରେ ଭାରତ ଏହାକୁ ବୋଲ୍ ଆଉଟ୍‌ରେ ଜିତିଥିଲା। ୨୦୨୨ ବିଶ୍ବକପ୍‌ର ନକଆଉଟ୍ ପର୍ଯ୍ୟାୟରେ ଶେଷ ଥର ପାଇଁ ମୁହାଁମୁହିଁ ହୋଇଥିଲେ ଭାରତ ଓ ପାକିସ୍ତାନ। ସେହି ସ୍ମରଣୀୟ ଲଢ଼େଇରେ ବିରାଟ କୋହଲିଙ୍କ ଅବିଶ୍ବସନୀୟ ବ୍ୟାଟିଂ ବଳରେ ପାକିସ୍ତାନ ପଞ୍ଝାରୁ ବିଜୟ ଛଡ଼ାଇ ଆଣି ଚହଳ ସୃଷ୍ଟି କରିଥିଲା ଭାରତୀୟ ଦଳ।