ବାରବାଟୀ ଟି-୨୦ ମ୍ୟାଚ: ଭାରତର ତୃତୀୟ ଓ୍ୱିକେଟ୍‌ର ପତନ

ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ ଘଟିଛି । ଅଭିଷେକ୍‌ ଶର୍ମା ୧୭ ରନ୍‌ କରି ସିମ୍ପାଲାଙ୍କ ଓଭର୍‌ରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ଭାରତର ସ୍କୋର  ୧୭ ରନ୍‌ରେ ଭାରତର ସୂର୍ଯ୍ୟକୁମାର ଯାଦବ ୧୨ ରନ୍‌ କରି ଆଉଟ୍‌ ହୋଇଥିଲେ । ଲୁଙ୍ଗି ନିଗିଡିଙ୍କ ବଲ୍‌ରେ ସେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ ।

ପ୍ରଥମ ଓଭରରେ ପ୍ରଥମ ଉଇକେଟର ପତନ ଘଟିଥିଲା। ଶୁବମନ ଗିଲ୍‌ ୪ ରନ କରି ଆଉଟ ହୋଇଥିଲେ। ଗିଲ୍‌ ଏବଂ ଅଭିଶେ​‌କ ଶର୍ମା ଇନିଂସ ଓପନ କରିଥିଲେ। ଅଭିଶେକ ପ୍ରଥମ ବଲରେ ସିଗଲ ରନ କରିଥିଲେ। ୨ ବଲରେ ଗିଲ୍ ଚଉକା ମାରିଥିଲେ। ୩ୟ ବଲରେ ବଡ଼ ଶଟ୍ ମାରିବାକୁ ଯାଇ ସେ ଲଙ୍ଗ ଅନ୍‌ରେ କ୍ୟାଚ ଆଉଟ୍‌ ହୋଇଯାଇଥିଲେ। ପ୍ରଥମ ଓଭର ଖେଳ ଶେଷ ସୁଦ୍ଧା ଦଳ ୧ ଉଇକେଟ ବିନିମୟରେ ୫ ରନ ସଂଗ୍ରହ କରିଛି। ଦକ୍ଷିଣ ଆଫ୍ରିକା ବୋଲର ଲୁଙ୍ଗି ଏନଗିଡି ଦଳକୁ ପ୍ରଥମ ସଫଳତା ଦେଇଛନ୍ତି।