ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟରେ ଭାରତର ଦମଦାର ବିଜୟ

କାନପୁର: ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟରେ ଭାରତର ଦମଦାର ବିଜୟ । କାନପୁର ମ୍ୟାଚ୍ ଜିତି ଦୁଇ ଟିକିଆ ସିରିଜକୁ ଭାରତ ୨-୦ରେ କ୍ଲିନ୍ ସୁଇପ୍ କରି ନେଇଛି । କାନପୁର ଟେଷ୍ଟରେ ବାଂଲାଦେଶକୁ ୭ ଓ୍ବିକେଟରେ ହରାଇଛି ଭାରତ । ୧୭.୨ ବଲରେ ଭାରତ ୯୫ ରନର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

ବର୍ଷା ବାଧାପ୍ରାପ୍ତ ଏହି ଟେଷ୍ଟକୁ ଭାରତ ବିଜୟ ଲକ୍ଷ୍ୟରେ ଖେଳିଥିଲା । ଭାରତ ଦ୍ବିତୀୟ ଇନିଂସରେ ଟେଷ୍ଟ ମ୍ୟାଚକୁ ଟି-ଟ୍ବଣ୍ଟି ପରି ଖେଳିଥିଲା । ବାଂଲାଦେଶ ଟିମ୍ ଦ୍ବିତୀୟ ଇନିଂସରେ ମାତ୍ର ୧୪୬ ରନ୍ କରି ଅଲଆଉଟ ହୋଇଯାଇଥିଲା । ବୁମରା, ଅଶ୍ଵୀନ ଓ ଜାଡେଜା ୩ଟି ଲେଖାଏଁ ୱିକେଟ ନେଇଛନ୍ତି । ଫଳରେ ଭାରତ ଆଗରେ ୯୫ ରନର ବିଜୟ ଲକ୍ଷ ଥିଲା । ଯାହାକୁ ଭାରତ ୧୭ ଓଭର ଦୁଇଟି ବଲରେ ହାସଲ କରି ନେଇଥିଲା ।