ରୋହିତ ଏବଂ ଜୟସ୍ବାଲଙ୍କ ପ୍ରଥମ ୱିକେଟ୍ ପାଇଁ ୧୩୯ ରନ୍‌

ପୋର୍ଟ ଅଫ୍ ସ୍ପେନ୍‌:  ଦ୍ବିତୀୟ ଟେଷ୍ଟ୍‌ରେ  ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ୍‌ ଓପନିଂ ଭାଗୀଦାରିରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। କିନ୍ତୁ ଏଥର ବ୍ୟକ୍ତିଗତ ଅର୍ଦ୍ଧଶତକରେ ସୀମିତ ରହିଛନ୍ତି। ପ୍ରଥମ ଦିବସ ଚା’ପାନ ବିରତି ବେଳକୁ ଭାରତ ୪ ୱିକେଟ୍ ନହରାଇ ୧୮୨ ରନ୍‌ ସଂଗ୍ରହ କରିଛି। ରୋହିତ ଏବଂ ଜୟସ୍ବାଲ ପ୍ରଥମ ୱିକେଟ୍ ପାଇଁ ୧୩୯ ରନ୍‌ ସଂଗ୍ରହ କରିଛନ୍ତି। ମଧ୍ୟାହ୍ନ ଭୋଜନ (୧୨୧/୦) ପରେ ଜୟସ୍ବାଲ୍‌ (୫୭ ରନ୍‌, ୭୪ ବଲ୍‌, ୯ ଚୌକା, ୧ ଛକା) ଜାସନ୍ ହୋଲ୍ଡରଙ୍କ ବଲରେ ଆଉଟ୍ ହୋଇଥିବାବେଳେ ଶୁବମନ ଗିଲ୍‌ (୧୦) ମଧ୍ୟ ପୁଣି ଥରେ ବିଫଳ ହୋଇ‌ କେମାର ରୋଚ୍‌ଙ୍କ ଦ୍ବାରା ପ୍ୟାଭିଲିଅନ୍‌ ଫେରିଥିଲେ। ଏହ‌ାର ୩ ଓଭର ପରେ ରୋହିତ ଶର୍ମା (୮୦, ୧୪୩ ବଲ୍‌, ୯ ଚୌକା, ୨ ଛକା) ଆଉଟ୍ ହୋଇଯାଇଥିଲେ। ବାମହାତୀ ସ୍ପିନର୍‌ ଜୋମେଲ୍ ୱାରିକାନ୍‌ ରୋହିତଙ୍କୁ ବୋଲ୍ଡ କରି ଶତକରୁ ବଞ୍ଚିତ ରଖିଥିଲେ। ଅଜିଙ୍କ୍ୟ ରାହାଣେ (୮)ଙ୍କୁ ସାନନ୍ ଗ୍ରାବିଏଲ୍‌ ବୋଲ୍ଡ କରିଦେବା ସହ ଅମ୍ପାୟାର୍‌ ଚା’ପାନ ବିରତି ସଙ୍କେତ ଦେଇଥିଲେ।