ନଭେମ୍ବର ମାସର ଶ୍ରେଷ୍ଠ ଖେଳାଳି ମହମ୍ମଦ ସାମି
ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ଘୋଷଣା ହୋଇଛି ପ୍ଲେୟାର ଅଫ ଦ ମନ୍ଥ । ନଭେମ୍ବର ମାସର ଶ୍ରେଷ୍ଠ ଖେଳାଳି ଘୋଷଣା କରିଛି ଆଇସିସି । ଭାରତୀୟ ଦୃତ ବୋଲର ମହମ୍ମଦ ସାମିଙ୍କ ନାମକୁ ଘୋଷଣା କରାଯାଇଛି । ସାମିଙ୍କ ସହ ଟ୍ରାଭିସ ହେଡ୍ ଏବଂ ମ୍ୟାକ୍ସଓ୍ବେଲ ମଧ୍ୟ ଏଥିରେ ରହିଛନ୍ତି । ନିକଟରେ ଆିପିଏଲ ଯାଇଥିବାବେଳେ ଏହି ଖେଳାଳିଙ୍କ ପ୍ରଦର୍ଶନ ଦମଦାର ରହିଥିଲା । ସାମି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଘାତକ ବୋଲିଂ କରିଥିବାବେଳେ ଭାରତ ପାଇଁ ବିଜୟ ଭେଟି ଦେଇଥିଲେ । ସେପଟେ ଫାଇନାଲ ମ୍ୟାଚରେ ଟ୍ରାଭିସ ହେଡଙ୍କ ଆକ୍ରମଣାତ୍ମକ ଶତକ ଭାରତକୁ ପରାଜୟ କରିଥିଲା ।