ଓଡ଼ିଶା ଜାତୀୟ ମାନ୍ୟତା ସନ୍ତରଣ ପ୍ରତିଯୋଗିତା -ଓଡ଼ିଶାର ପଦକ ସଂଖ୍ୟା ୧୧
ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ସନ୍ତରଣାଗାରରେ ଚାଳିଥିବା ଦ୍ବିତୀୟ ଓଡ଼ିଶା ଜାତୀୟ ମାନ୍ୟତା ସନ୍ତରଣ ପ୍ରତିଯୋଗିତା (ଫାଇନାଲ୍)ରେ ମଙ୍ଗଳବାର ଓଡ଼ିଶାକୁ ୨ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୬ ପଦକ ମିଳିଛି। ଫଳରେ ଏହି ପ୍ରତିଯୋଗିତାରେ ଓଡ଼ିଶାର ପଦକ ସଂଖ୍ୟା ୧୧ (୩ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୪ କାଂସ୍ୟ)ରେ ପହଞ୍ଚିଛି। ସୃଷ୍ଟି ଉପାଧ୍ୟାୟ ଓ ମନ୍ନତା ମିଶ୍ର ସ୍ବର୍ଣ୍ଣ ଜିତିଛନ୍ତି। ୧୦୦ ମିଟର ବ୍ରେଷ୍ଟ୍ଷ୍ଟ୍ରୋକ୍ରେ ମନ୍ନତା (୧:୧୪.୫ ସେକେଣ୍ଡ) ସ୍ବର୍ଣ୍ଣ ଏବଂ ଦିବ୍ୟଙ୍କା ପ୍ରଧାନ (୧:୧୬.୧ ସେକେଣ୍ଡ) ରୌପ୍ୟ ଜିତିଛନ୍ତି। ୧୦୦ ମିଟର ବଟରଫ୍ଲାଏରେ ସୃଷ୍ଟି (୧:୦୩.୪ ସେକେଣ୍ଡ) ସ୍ବର୍ଣ୍ଣ ଏବଂ ଦିବ୍ୟଙ୍କା ( ୧:୦୭.୦ ସେକେଣ୍ଡ) କାଂସ୍ୟ ପାଇଛନ୍ତି। ଅନ୍ୟପକ୍ଷରେ ଫ୍ରିଷ୍ଟାଇଲ୍ ୧୦୦ ମିଟରରେ ସୋନିଆ ପଟେଲ (୧:୦୧.୭) ଏବଂ ୧୫୦୦ ମିଟରରେ ଅଭିନବ ସିଂହ କାଂସ୍ୟ ଜିତିଛନ୍ତି।