ହାଇଦ୍ରାବାଦକୁ ହରାଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଚେନ୍ନାଇ

ଚେନ୍ନାଇ: ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଚେନ୍ନାଇ । ଚଳିତ ବର୍ଷ ଆଇପିଏଲରେ ଚେନ୍ନାଇ ପ୍ଲେ ଅଫ୍ ଖେଳିବା ସମ୍ଭାବନା ସୃଷ୍ଟି ହୋଇଛି । ଦଳ ତୃତୀୟ ସ୍ଥାନକୁ ଆସିଥିବାରୁ ଚେନ୍ନାଇ ପ୍ରଶଂସକମାନେ ଖୁସି ମନାଇଛନ୍ତି । ୧୩୫ ରନ୍ର ଲକ୍ଷ୍ୟକୁ ପିଛା କରି ୧୮.୪ ଓଭରରେ ୩ ୱିକେଟ ହରାଇ ୧୩୮ ରନ୍ କରି ବିଜୟୀ ହୋଇଛି ଚେନ୍ନାଇ । ରବୀନ୍ଦ୍ର ଜାଡେଜା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଗ୍ରହଣ କରିଛନ୍ତି ।

ପ୍ରଥମ ପାଳିରେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଦଳର କୌଣସି ବ୍ୟାଟ୍ସମ୍ୟାନ ଭଲ ସ୍କୋର କରିପାରିନଥିଲେ । ଦଳ ପକ୍ଷରୁ କେବଳ ଅଭିଷେକ ଶର୍ମା ୩୪ରନ ଓ ରାହୁଲ ତ୍ରିପାଠୀ ୨୧ରନ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରର ୧୩୪ରନ ହାଇଦ୍ରାବାଦ କରିପାରିଥିଲା । ୧୩୫ ରନ୍ର ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ପକ୍ଷରୁ ରୁତୁରାଜ ଗାଇକୱାଡ ୩୫ ରନ୍ କରିଥିବା ବେଳେ ଡିଭନ୍ କନୱେ ୭୭ ରନ୍ କରି ଚେନ୍ନାଇକୁ ବିଜୟ ଦେଇଥିଲେ । ମୟଙ୍କ ମାର୍କାଣ୍ଡେ ୨ଟି ୱିକେଟ ନେଇଥିବା ବେଳ ଅନ୍ୟ କୌଣସି ବି ବୋଲର ଗୋଟିଏ ବି ୱିକେଟ ନେବାରେ ସକ୍ଷମ ହୋଇନଥିଲେ

ଚେନ୍ନାଇ ସୁପରକିଙ୍ଗସ୍ ଏହି ମ୍ୟାଚରେ ବିଜୟୀ ହେବା ସହ ୮ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ୩ୟରେ ରହିଛି ।