ମୁମ୍ବାଇକୁ ୬ ୱିକେଟରେ ହରାଇଲା ଚେନ୍ନାଇ

ଚେନ୍ନାଇ: ଚେନ୍ନାଇ ଆଜି ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟରେ ହରାଇଛି ।  ଆଜିର ମ୍ୟାଚରେ ଚେନ୍ନାଇ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ଆଉ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ଟି ୱିକେଟ ହରାଇ୧୩୯ ରନ ହାସଲ କରିଥିଲା । ଏହାର ଜବାବରେ ଚେନ୍ନାଇ ୧୭.୪ ଓଭରରେ ୪ଟି ୱିକେଟ ହରାଇ୧୪୦ ରନ୍ କରିବାରେ ସଫଳ ହୋଇଥିଲା । ଚେନ୍ନାଇ ପକ୍ଷରୁ ଓପନର ଋତୁରାଜ ଗାୟକୱାଡ ୩୦ରନ୍ , ଡେଭନ କୋନୱେ ୪୪ ରନ୍ , ଅଜିଙ୍କ୍ୟ ରାହାଣେ୨୧ ରନ୍ କରିଥିବାବେଳେ ଧୋନୀ ୨ ଓ ଶିଭମ ଦୁବେ ୨୬ ରନ୍ କରି ଅପରାଜିତ ରହିଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ମାତ୍ର ୧୪ ରନରେ ୩ଟି ଓ୍ବିକେଟ୍ ହରାଇ ସଂକଟରେ ପଡ଼ିଥିଲା । ତେବେ ନିହାଲ ଓ୍ବାଧେରା ଓ ସୂର୍ଯ୍ୟକୁମାର ଯାଦବ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଓ୍ବାଧେରା ୬୪ ରନ ଓ ସୂର୍ଯ୍ୟକୁମାର ୨୬ ରନ କରିଥିଲେ । ଟ୍ରିସାନ ଷ୍ଟ୍ରବ୍ସ ୨୦ରନ କରିଥିଲେ । ଏଥିସହିତ ଚେନ୍ନାଇ ପାଇଁ ୩ ୱିକେଟ ନେଇଥିବା ଶ୍ରୀଲଙ୍କାଇ ପେସର ମଥୀଷା ପଥୀରାନା ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଗ୍ରହଣ କରିଥିଲେ  ।