ଅଷ୍ଟ୍ରେଲିଆ ସ୍କ୍ୱାଡକୁ ଫେରିଲେ ଅଧିନାୟକ କମିନ୍ସ ଓ ଜୋଶ ହାଜଲେଉଡ
ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ୍। ୮ ବର୍ଷ ପରେ ଫେରିଥିବା ଏହି ହାଇ ପ୍ରୋଫାଇଲ୍ ଆଇସିସି ଟୁର୍ଣ୍ଣାମେଣ୍ଟ ପାଇଁ ଗୋଟିଏ ପରେ ଗୋଟିଏ ଦେଶ ଏହାର ସ୍କ୍ୱାଡ ଘୋଷଣା କରୁଛନ୍ତି।ଜାନୁଆରୀ ୧୯ ଭିତରେ ସେମାନଙ୍କର ପ୍ରାରମ୍ଭିକ ଦଳ ଘୋଷଣା କରିବାକୁ ଆଇସିସି ନିର୍ଦ୍ଦେଶ ରହିଛି।
ଏହି କ୍ରମରେ ଆଜି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ଚାମ୍ପିୟନ୍ସ ଟ୍ରଫି ଲାଗି ଏମାନଙ୍କର ସ୍କାଡ ଘୋଷଣା କରିଛନ୍ତି। କଙ୍ଗାରୁ ଦଳର କମାଣ ପ୍ୟାଟ୍ କମିନ୍ସଙ୍କ କାନ୍ଧରେ ରହିଥିବାବେଳେ ଦକ୍ଷିଣ ଆଫ୍ରିକା ପୁଣିଥରେ ଟେମ୍ବା ବାଭୁମାଙ୍କୁ ଏହାର ଅଧିନାୟକ ନିଯୁକ୍ତ କରିଛି।
ଏହି କ୍ରମରେ ଆଜି କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ ଚୟନକର୍ତ୍ତା ଜର୍ଜ ୱିଲି ସେମାନଙ୍କର ୧୫ ଜଣିଆ ସ୍କ୍ୱାଡ୍ ଘୋଷଣା କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଆହତ ସମସ୍ୟା କାରଣରୁ ଦଳରୁ ବାହାରେ ଥିବା ଦୁଇ ପ୍ରମୁଖ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଓ ଜୋଶ ହାଜଲେଉଡଙ୍କ ନାଁ ମଧ୍ୟ ସ୍କ୍ୱାଡରେ ରହିଛି।
ଦକ୍ଷିଣ ଆଫ୍ରିକା ସ୍କ୍ୱାଡ:
ଟେମ୍ବା ବାଭୁମା (ଅଧିନାୟକ), ଟୋନୀ ଡି ଜୋର୍ଜି, ମାର୍କୋ ଜାନସେନ, ହେନରିଚ କ୍ଲାସେନ, କେଶବ ମହାରାଜ, ଆଡେନ ମାରକ୍ରମ, ଡେଭିଡ ମିଲର, ୱିଆନ ମଲ୍ଡର, ଲୁଙ୍ଗି ଏନଗିଡି, ଅନରିଚ ନୋର୍କିଆ, କାଗିସୋ ରାବାଡା, ରିଆନ ରିକେଲଟନ, ତବ୍ରାଏଜ ଶାମ୍ସି, ଟ୍ରିଷ୍ଟନ ଷ୍ଟବ୍ସ ଓ ରସି ଭାନ-ଡେର ଡସେନ।
ଅଷ୍ଟ୍ରେଲିଆ ସ୍କ୍ୱାଡ:
ପ୍ୟାଟ କମିନ୍ସ (ଅଧିନାୟକ), ଆଲେକ୍ସ କ୍ୟାରୀ, ନାଥନ ଏଲିସ, ଆରୋନ ହାର୍ଡି, ଜୋଶ ହାଜଲେଉଡ, ଟ୍ରାଭିସ ହେଡ, ଜୋଶ ଇଂଲିସ, ମାର୍ନସ ଲାବୁସେନ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ମ୍ୟାଟ୍ ଶର୍ଟ, ଷ୍ଟେଭ ସ୍ମିଥ. ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ ଓ ଆଡମ ଜାମ୍ପା।