ବୁମରା ଟେଷ୍ଟରେ ଏକନମ୍ବର
ଭାରତୀୟ ପ୍ରତିଷ୍ଠିତ ପେସ୍ ବୋଲର ଯଶ୍ପ୍ରୀତ୍ ବୁମ୍ରା ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍ରେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। କାନପୁରରେ ବାଂଲାଦେଶ ବିପକ୍ଷରେ ୬ ଉଇକେଟ ନେଇଥିବା ବୁମ୍ରା ଅନ୍ୟତମ ଭାରତୀୟ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ହଟାଇ ପ୍ରଥମ ସ୍ଥାନକୁ ଫେରିଛନ୍ତି। ବୋଲରଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା ଷଷ୍ଠ ଓ କୁଲଦୀପ ଯାଦବ ୧୬ ତମ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି।
ସେହିପରି ବ୍ୟାଟରଙ୍କ ମଧ୍ୟରେ ଗ୍ରୀନପାର୍କର ଟେଷ୍ଟର ପ୍ଲେୟର ଅଫ୍ ଦ ମ୍ୟାଚ୍ ଯଶସ୍ବୀ ଜୟସ୍ବାଲ ଶୀର୍ଷ ମାନ୍ୟତାପ୍ରାପ୍ତ ଭାରତୀୟ ରହିଛନ୍ତି। ଜୟସ୍ବାଲ ଟେଷ୍ଟ ବ୍ୟାଟରଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି। ଜୟସ୍ବାଲ ୭୯୨ ରେଟିଂ ପଏଣ୍ଟ ହାସଲ କରିଥିବା ବେଳେ କେନ୍ ଓ୍ବିଲିୟମସନ୍(୮୨୯) ଓ ଜୋ ରୁଟ୍ (୮୯୯) ତାଙ୍କ ଉପରେ ରହିଛନ୍ତି।
ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି ୪୭ ଓ ୨୯ ରନ୍ର ଇନିଂସ ଖେଳି ୬ ସ୍ଥାନ ଉପରକୁ ଷଷ୍ଠ ସ୍ଥାନରେ ରହିଛନ୍ତି। ରିଷଭ ପନ୍ତ ୯ ନମ୍ବର ସ୍ଥାନରେ ଥିବାବେଳେ ରୋହିତ ଶର୍ମା ଓ ଶୁବମାନ ଗିଲ୍ ଯଥାକ୍ରମେ ୧୫ ଓ ୧୬ ନମ୍ବର ସ୍ଥାନରେ ଅଛନ୍ତି। ଅଲରାଉଣ୍ଡର ତାଲିକାରେ ରବୀନ୍ଦ୍ର ଜାଡେଜା ଏକ ନମ୍ବର ସ୍ଥାନ ବଜାୟ ରଖିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ଦ୍ୱିତୀୟ ଓ ଅକ୍ଷର ପଟେଲ ସପ୍ତମ ସ୍ଥାନରେ ରହିଛନ୍ତି।
କ୍ରିକେଟର ୩ଟି ଯାକ ଫର୍ମାଟରେ ସେ କମାଲ କରି ଚାଲିଛନ୍ତି। ପ୍ରଥମେ ସେ ସୀମିତ ଓଭର କ୍ରିକେଟରେ ନିଜର ବୋଲିଂ ଯାଦୁ ଦେଖାଇଥିଲେ। ବୁମରା ଦିନିକିଆରେ ୧୦୦ ୱିକେଟ ନେବାରେ ଭାରତର ଦ୍ରୁତତମ ବୋଲର। ସେହିପରି ଟି-୨୦ରେ ସେ ଦ୍ରୁତତମ ବୋଲର ଭାବେ ୫୦ଟି ୱିକେଟ ନେବାର ରେକର୍ଡ ମଧ୍ୟ କରିଛନ୍ତି। ଏବେ ବୁମରା ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ୱିକେଟ ପୂରଣ କରିଛନ୍ତି। ତାଙ୍କ ପୂର୍ବରୁ କପିଲ ଦେବ ୬୮୭ ୱିକେଟ, ଜହିର ଖାନ ୫୯୭ ୱିକେଟ, ଜବାଗଲ ଶ୍ରୀନାଥ ୫୫୧ ୱିକେଟ, ମହମ୍ମଦ ଶାମି ୪୪୮ ୱିକେଟ ଓ ଈଶାନ୍ତ ଶର୍ମା ଦ୍ରୁତ ବୋଲର ଭାବେ ୪୩୪ଟି ୱିକେଟ ଭାରତ ପାଇଁ ନେଇଥିଲେ।
କମ ମ୍ୟାଚ୍ରେ ୪୦୦ ୱିକେଟ ଦଖଲ କରିଥିବା ଭାରତୀୟଙ୍କ ମଧ୍ୟରେ ବୁମ୍ରା ୫ମ ସ୍ଥାନରେ ଅଛନ୍ତି। ବୁମ୍ରା ୨୨୭ଟି ଇନିଂସରେ ୪୦୦ ୱିକେଟ ନେଇଥିବା ବେଳେ ତାଲିକାର ୧ନଂ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନ ରହିଛନ୍ତି।
ସେ ୨୧୬ଟି ଇନିଂସରେ ୪୦୦ ୱିକେଟ ନେଇଥିବା ବେଳେ କପିଲ ଦେବ ୨୨୦ଟି, ମହମ୍ମଦ ଶାମି ୨୨୪ଟି, ଅନୀଲ କୁମ୍ବଲେ ୨୨୬ଟି ଇନିଂସରେ ୪୦୦ ୱିକେଟ ପୂରଣ କରିଥିଲେ।
ଭାରତର ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରାଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ରେକର୍ଡ। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ୪ ୱିକେଟ ଦଖଲ କରିଥିବା ବୁମ୍ରା ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି।
ସେ ଭାରତର ୬ଷ୍ଠ ଦ୍ରୁତତମ ବୋଲର ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ୱିକେଟ ପୂରଣ କରିଛନ୍ତି। ଏହାବାଦ ସେ ଭାରତର ୧୦ତମ ବୋଲର ଭାବେ ୪୦୦ ୱିକେଟ କ୍ଲବରେ ସାମିଲ ହୋଇଛନ୍ତି। ଏତଦ ବ୍ୟତୀତ ସେ ୫ମ ଦ୍ରୁତତମ ବୋଲର ଭାବେ ମଧ୍ୟ ୪୦୦ ୱିକେଟ ନେବାର ରେକର୍ଡ କରିଛନ୍ତି।