ଭାରତକୁ ୬ ରନରେ ହରାଇଲା ବାଂଲାଦେଶ
କଲମ୍ବୋ: କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପ୍ ସୁପର-୪ର ମ୍ୟାଚରେ ଭାରତ ପରାସ୍ତ ହୋଇଛି । ବାଂଲାଦେଶ ୬ ରନରେ ଭାରତକୁ ପରାସ୍ତ କରିଛି । ଭାରତ ଆଗରେ ୨୬୬ ରନର ବିଜୟ ଲକ୍ଷ୍ୟ ରଖିଥିଲା ବାଂଲାଦେଶ । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୬୫ ରନ କରିଥିଲା । ତେବେ ଭାରତ ଗୋଟିଏ ପରେ ଗୋଟେ ଉଇକେଟ ହରାଇ ଶେଷରେ ପରାସ୍ତ ହୋଇଛି । ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଗୋଟିଏ ସମୟରେ ବାଂଲାଦେଶ ୨୮ ରନରେ ୩ଟି ଓ୍ବିକେଟ୍ ହରାଇଥିଲା । ତେବେ ଅଧିନାୟକ ସାକିବୁଲ ହାସାନ ଓ ହାଓହିଦ୍ ହ୍ରିଦୟ ଲଢୁଆ ବ୍ୟାଟିଂ କରି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିବା ସହ ସ୍କୋରକୁ ଆଗେଇ ନେଇଥିଲେ । ସାକିବୁଲ ୮୦ ରନ କରିଥିବାବେଳେ ହ୍ରିଦୟ ୫୪ ରନ କରିଥିଲେ । ନସୁମ ୪୪ ରନ ଓ ମେହେଦି ୨୫ରନ କରିଥିଲେ । ରୋହିତ ଶୂନରେ ଆଉଟ ହୋଇଥିବା ବେଳେ ଗିଲ ଶତକୀୟ ପାଳି ଖେଳିଥିଲେ । ତେବେ ଅନ୍ୟ କୈାଣସି ବ୍ୟାଟସମ୍ୟାନ ଗିଲଙ୍କୁ ସାଥ ଦେଇନଥିଲେ । ଭାରତ ପକ୍ଷରୁ ଶୁଭମନ ଗିଲ ସର୍ବାଧିକ ୧୩୩ ବଲରେ ୧୨୧ରନ କରିଥିଲେ ଓ ସୂର୍ଯ୍ୟକୁମାର ଯାଦବ ୨୬ ରନ କରିଥିଲେ । ଅକ୍ଷର ପଟେଲ ୪୪ ରନ କରି ଆଉଟ ହୋଇଥିଲେ ।