୬୬ ରନରେ ଜିତିଲା ଅଷ୍ଟ୍ରେଲିଆ
ରାଜକୋଟଠାରେ ଖେଳାଯାଇଥିବା ୩ୟ ଦିନିକିଆରେ ଭାରତକୁ ୬୬ ରନରେ ହରାଇ ଦେଇଛି ଅଷ୍ଚ୍ରେଲିଆ । ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ଭାରତ ଆଗରେ ଏକ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇପାରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ ଓ୍ବାର୍ନର ୫୬ ରନ ଓ ମିଚେଲ ମାର୍ସ ୯୬ରନ କରିଥିଲେ । ସେହିପରି ଷ୍ଟିଭେନ ସ୍ମିଥ୍ ୭୪ ରନ ଓ ମାର୍ନସ ଲାବୁସଚେନ ୭୨ ରନ କରିଥିଲେ । ଅଷ୍ଟ୍ରେଲିଆ ୩୫୨ରେ ସୀମିତ ରହିଯାଇଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୩ଟି ଓ କୁଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ । ରବୀନ୍ଦ୍ର ଜାଦେଜା, ଓ୍ବାସିଂଟନ ସୁନ୍ଦର ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।ଅଷ୍ଟ୍ରେଲିଆ ଦ୍ବାରା ରଖାଯାଇଥିବା ୩୫୩ ରନର ଲକ୍ଷ୍ୟର ପିଛା କରିବାକୁ ଯାଇ ଭାରତ ୪୯.୪ ଓଭରରେ ୨୮୬ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୮୬ ରନ କରିଥିବାବେଳେ ବିରାଟ କୋହଲି ୫୬ ରନ ଓ ଶ୍ରେୟସ ଆୟର ୪୮ ରନ କରିଥିଲେ । ସେହିପରି କେ ଏଲ୍ ରାହୁଲ ୨୬ ଓ ରବୀନ୍ଦ୍ର ଜାଦେଜା ୩୫ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ ମାକ୍ସଓ୍ବେଲ ୪ଟି ଓ୍ବିକେଟ ନେଇଥିଲେ । ମ୍ୟାକ୍ସଓ୍ବେଲ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପାଇଥିବା ବେଳେ ଶୁଭମନ ଗିଲ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପାଇଥିଲେ । ଭାରତ ଦୁଇଟି ମ୍ୟାଚ ଜିତି ସିରିଜ ବିଜୟୀ ହୋଇଥିଲା ।