ଚଳିତ ସପ୍ତାହରେ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ଖେଳସୂଚୀ ଘୋଷଣା
ଇସଲାମାବାଦ୍: ଏସିଆ କପକୁ ନେଇ ପାକିସ୍ତାନ ଭାରତ ମଧ୍ୟରେ କଥା କଟାକଟି ଚାଲିଛି । ବିଶେଷ କରି ପାକିସ୍ତାନ ଖେଳାଳିମାନେ ଭାରତକୁ ଶିକ୍ଷା ଦେବା ପାଇଁ କହୁଛନ୍ତି । କାରଣ ବିସିସିଆଇ ପାକିସ୍ତାନକୁ ଖେଳାଳି ପଠାଇବାକୁ ଚାହୁଁନାହିଁ । ଏସବୁ ଭିତରେ ଚଳିତ ସପ୍ତାହରେ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ଖେଳସୂଚୀ ଘୋଷଣା ହେବାର ସଂଭାବନା ରହିଛି । ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ ପାକିସ୍ତାନରେ ଖେଳାଯିବ। ମୁଖ୍ୟ ଆୟୋଜକ ହୋଇଥିବାରୁ ଏପରି ନିଷ୍ପତ୍ତି ହୋଇଛି । ପିସିବି ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଗତ ଶନିବାର ପିସିବି ଓ ଏସୀୟ କ୍ରିକେଟ୍ ପରିଷଦର ଅଧିକାରୀଙ୍କ ମଧ୍ୟରେ ଏସିଆ କପ୍ ଖେଳସୂଚୀ ଚୂଡ଼ାନ୍ତ କରିବାକୁ ଆଲୋଚନା ହୋଇଛି।