ପ୍ରଥମ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜର ପରାଜୟ
ବାର୍ବାଡୋସ୍ : ପ୍ରଥମ ଦିନିକିଆରେ ଭାରତ ବିଜୟୀ ହୋଇଛି । ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟ ଇଣ୍ଡିଜ୍ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ମାତ୍ର ୧୧୪ ରନ କରି ଅଲଆଉଟ ହୋଇଯାଇଥିଲା । ଏହି ୫୦ ଓଭର ବିଶିଷ୍ଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ୍ ମାତ୍ର ୨୩ ଓଭର ହିଁ ଖେଳି ପାରିଥିଲା । ଦଳ ପକ୍ଷରୁ ସାଇ ହୋପ୍ ସର୍ବାଧିକ ୪୩ ରନ କରିଥିବାବେଳେ ଆଲିକ୍ ଆଥାନାଜେ ୨୨ରନ କରିଥିଲେ । ଭାରତ 23.5 ଓଭରରେ 118 ରନ କରି ବିଜୟୀ ହୋଇଥିଲା । ଭାରତ ପକ୍ଷରୁ କିଶାନ ସର୍ବାଧିକ 52 ରନ କରିଥିଲେ । କୁଳଦୀପ ଯାଦବ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ ।