ଗତ ଏକ ବର୍ଷ ମଧ୍ୟରେ ଭଲ ପ୍ରଦର୍ଶନ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସହ ୬ଟି ବିକାଶ ଅଭିମୁଖୀ ଦେଶକୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ତାଲିକାରେ ମେକ୍ସିକୋ ମଧ୍ୟ ସାମିଲ ରହିଛି, ଯାହାକୁ ନିଜର ଫୁଟବଲ ଟୀମ ପାଇଁ ଅଧିକ ପରିଚୟ ମିଳିଛି ଏବଂ ଏହି ଦେଶ କ୍ରିକେଟ ଖେଳରେ ମଧ୍ୟ ପରିଚୟ ସୃଷ୍ଟି କରିଛି । ମେକ୍ସିକୋ, ଓମାନ, ନେପାଳ, ସ୍କଟଲ୍ୟାଣ୍ଡ, ୟୁଏଇ ଏବଂ ନେଦରଲ୍ୟାଣ୍ଡକୁ ଏହି ଆୱାର୍ଡ ମିଳିଛି ।ଆଇସିସି ଡେଭଲପମେଣ୍ଟ ପୁରସ୍କାର ୨୦୦୨ ରେ ଆରମ୍ଭ କରାଯାଇଥିଲା ଯାହା ଆସୋସିଏଟ ସଦସ୍ୟ ଦେଶରେ ଖେଳକୁ ବିଶ୍ୱସ୍ତରରେ ପ୍ରୋତ୍ସାହିତ କରିବା ପାଇଁ ଦିଆଯାଇଥାଏ । ଏହା କୌଣସି ବିକାଶ କାର୍ଯ୍ୟକ୍ରମ ଅଧୀନରେ ହେଉ କିମ୍ବା ଖେଳ ପଡିଆରେ ବିଭିନ୍ନ ପ୍ରୟାସ ମାଧ୍ୟମରେ କରାଯାଉଛି ।ଆଇସିସିର ଜେନେରାଲ ମ୍ୟାନେଜର ବିଲିୟମ ଗ୍ଲେନରାଇଟ କହିଛନ୍ତି ଯେ, ଆଇସିସି ଡେଭଲପ ମେଣ୍ଟ ପୁରସ୍କାରର ଆଇସିସି ସଦସ୍ୟଙ୍କ ଦ୍ୱାରା ବିକାଶ ଅଭିମୁଖୀ ଦେଶଗୁଡିକରେ କ୍ରିକେଟରେର ବିକାଶ ପାଇଁ କରାଯାଇଥିବା କାମକୁ ମାନ୍ୟତା ଦେବାର ଲମ୍ବା ଇତିହାସ ରହିଛି । ପ୍ରତ୍ୟେକ ବର୍ଷ ଏହି ଯୋଜନାରେ କିଛି ପ୍ରେରଣାଦାୟୀ ଏବଂ ଉତ୍ତମ କାହାଣୀ ସାମ୍ନାକୁ ଆସିଛି ଏବଂ ଚଳିତ ବର୍ଷ ମଧ୍ୟ ଭଲ ରହିଛି ।
Trending
- ‘ୟୁନିଟ୍-୧’ ହାଟ ରେ ଭୟାବହ ଅଗ୍ନିକାଣ୍ଡ
- ପୀତବାସ ପଣ୍ଡା ହତ୍ୟା, ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍
- ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡା ଗିରଫ
- ପୀତବାସ ହତ୍ୟା ମାମଲା,ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ
- ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ଆର୍ଥିକ ଅନଗ୍ରସର ତଥା ନିମ୍ନ ଆୟବର୍ଗମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି
- ଧୂଆଁମୟ ଦିଲ୍ଲୀର ଆକାଶ
- INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ
- ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
- ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
- ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍ଟ୍ୟାଗ ବାର୍ଷିକ ପାସ୍
Next Post