୩ୟ ଟେଷ୍ଟ ବୁମରାଙ୍କ ଚମତ୍କାର ପ୍ରଦର୍ଶନରେ ଭାରତ ଆଗୁଆ

୩ୟ ଟେଷ୍ଟ ବୁମରାଙ୍କ ଚମତ୍କାର ପ୍ରଦର୍ଶନରେ ଭାରତ ଆଗୁଆ

ମେଟ୍ରୋ ଟିଭି ଓଡିଶା,୧୩/୧: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ନିର୍ଣ୍ଣାୟକ ତଥା ୩ୟ ଟେଷ୍ଟ ମ୍ୟାଚ ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି । ୧୩ରନର ଅଗ୍ରଣୀ ହାସଲ କରି ୨ୟ ଇନିଂସରେ ବ୍ୟାଟିଂ କରି ୧୭ ଓଭର ୨ ଓୱେକଟ ହରାଇ ୫୭ରନ କରିଛି ଭାରତ ।କୋହଲି ୧୪ ଓ ପୂଜାରା ୯ରନରେ ଅପରାଜିତ ରହିଛନ୍ତି । ୨ ଓପନର ମୟଙ୍କ ୭ ଓ ରାହୁଲ ୧୦ ରନରେ ଆଉଟ ହୋଇଥିଲେ । ସାଉଥ ଆଫ୍ରିକାଠାରୁ ଭାରତ ୭୦ ରନ ଆଗରେ ରହିଛି । ସାଉଥ ଆଫ୍ରିକା ୨୧୦ ରନରେ ଅଲ ଆଉଟ ହୋଇଯାଇଥିଲା । ବୁମରାହ ୫ଟି ଓ୍ଵିକେଟ ନେଇଥିଲେ । ଉମେଶ ଯାଦବ ଓ ମହମ୍ମଦ ସାମି ୨ଟି ଲେଖାଏଁ ଓ୍ଵିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାସେ ଭାନ୍ ଡର୍ ଦୁସେନ୍ ୨୧ରନ କରି ଆଉଟ ହୋଇଥିବା ବେଳେ, ତେମ୍ବା ବାଭୁମା ୨୮ରନ, କାଇଲ୍ ଭେରେନ୍ନ ୦, ମାର୍କୋ ଜନସେନ୍ ୭ରନ, କାଗିସୋ ରାବାଡା ୧୫ରନ ଏବଂ ଲୁଙ୍ଗି ଏନ୍ଗିଡି ୩ରନ କରି ଆଉଟ ହୋଇଛନ୍ତି । ଡୁଆନେ ଓଲିଭର ୧୦ ରନକରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ୪୨ରନ ଦେଇ ୫ଟି ଓ୍ବିକେଟ ନେଇଥିବା ବେଳେ, ଉମେଶ ଯାଦବ ୬୪ରନ ଦେଇ ୨ଟି, ମହମ୍ମଦ ସାମୀ ୩୯ରନ ଦେଇ ୨ଟି, ଶାର୍ଦ୍ଦୁଲ ଠାକୁର ୩୭ରନ ଦେଇ ଗୋଟିଏ ଏବଂ ଅଶ୍ବିନ ୧୫ରନ ବ୍ୟୟ କରିଛନ୍ତି ।