ବିଶ୍ୱକପ ମ୍ୟାଚ ପୂର୍ବରୁ ଷ୍ଟାଡିୟମରେ ସଚିନ ତେନ୍ଦୁଲକରଙ୍କ ୨୨ ଫୁଟ ପ୍ରତିମାକୁ ଅନାବରଣ କରାଯାଇଛି । ସଚିନ ତେନ୍ଦୁଲକର ନିଜ ପ୍ରତିମାଙ୍କୁ ଅନାବରଣ କରିଛନ୍ତି । ଏହି ଅବସରରେ ସଚିନଙ୍କ ସହିତ ଅଞ୍ଜଳି ଏବଂ ଝିଅ ସାରା ତେନ୍ଦୁଲକର ଉପସ୍ଥିତ ରହିଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ବିସିସିଆଇ ସଚିବ ଜୟ ଶାହା, ବିସିସିଆଇ ଅଧ୍ୟକ୍ଷ ରାଜୀବ ଶୁକ୍ଳା, ଏନସିପି ମୁଖ୍ୟ ଏବଂ ପୂର୍ବ ବିସିସିଆଇ ପ୍ରମୁଖ ଶରଦ ପାଓ୍ଵର, ଏମସିଏ ଅଧ୍ୟକ୍ଷ ଅନମୋଲ କାଲେ ଏବଂ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ଏହି ପ୍ରତିମା ତେନ୍ଦୁଲକରଙ୍କ ଜୀବନକୁ ୫୦ ବର୍ଷ ସମର୍ପିତ ।ତେନ୍ଦୁଲକର କହିଛନ୍ତି, ଏହା ବାସ୍ତବରେ ମୋ ପାଇଁ ବିଶେଷ ମୁହୂର୍ତ୍ତ । ମୁଁ ବହୁତ ଖୁସି । ମୁଁ ବୁଝିପାରୁନି, କେମିତି ପ୍ରତିକ୍ରିୟା ଦେବି । ଏଠାରେ ଠିଆ ହୋଇ ବାସ୍ତବରେ ବିନମ୍ର ।୨୦୧୧ ବିଶ୍ବକପ୍ ବିଜେତା ହେବା ପରେ ସଚିନଙ୍କୁ ସମସ୍ତ ଭାରତୀୟ ଖେଳାଳି କାନ୍ଧରେ ଟେକିନେଇ ୱାଙ୍ଖଡେ ପଡ଼ିଆରେ ବୁଲାଇଥିଲେ। ୧୫୯୨୧ ଟେଷ୍ଟ୍ ରନ୍ ସହିତ ୧୮୪୨୬ ଆନ୍ତର୍ଜାତିକ ଦିନିକିଆ ରନ୍ କରିଥିବା ସଚିନ ଏବେ ବିଶ୍ବ କ୍ରିକେଟ୍ର ବ୍ରାଣ୍ଡ୍ ଆମ୍ବାସାଡର୍ ଭାବେ କାର୍ଯ୍ୟ କରୁଛନ୍ତି।
Trending
- ବଢିଲା ବିଜେଡି ନେତାଙ୍କ ଅଡୁଆ, ପ୍ରୀତିରଞ୍ଜନ ଘଡେଇ ଙ୍କ ନାଁରେ ଏତଲା
- ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ ଝଟକା
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
Prev Post
Next Post