୫ ବର୍ଷ ପରେ ପୁଣିଥରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟାଇଟଲ ହାସଲ କରିଛି ଟିମ ଇଣ୍ଡିଆ । ଶ୍ରୀଲଙ୍କାର ୫୧ ରନ୍ ଟାର୍ଗେଟକୁ ମାତ୍ର ୬. ଓଭରରେ ହାସଲ କରି ଏସିଆ ମହାଦେଶର ନୂଆ ମହାରାଜା ସାଜିଛି ରୋହିତ ସେନା । ପୂର୍ବତନ ଚମ୍ପିଆନ୍ ଶ୍ରୀଲଙ୍କାକୁ ନିଜ ଘରେ ହରାଇ ଭାରତ ଏହି ଟାଇଟଲ ଉପରେ କବଜା କରିଛି । ଭାରତର ଦୁଇ ଷ୍ୟାର ଓପନର ଶୁଭମନ ଗିଲ ଏବଂ ଇଶାନ କିଶାନ ଭାରତକୁ ଏହି ଛୋଟ ଟାର୍ଗେଟରେ ପହଞ୍ଚାଇଛନ୍ତି । ମ୍ୟାଚର ପ୍ରଥମ ପାୱାର-ପ୍ଲେ ଶେଷ ହେବା ପୂର୍ବରୁ ହିଁ ଭାରତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଛି ।ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାର ୫୧ ରନ୍ ଟାର୍ଗେଟକୁ ପିଛା କରିବା ପାଇଁ ମଇଦାନକୁ ଆସିଥିଲେ ଓପନର ଶୁଭମନ ଗିଲ ଏବଂ ଇଶାନ କିଶାନ । ଛୋଟ ଟାର୍ଗେଟ ଥିବାରୁ ଭାରତୀୟ ଅଧିନାୟକ ରୋହିତଙ୍କ ସ୍ଥାନରେ ଇଶାନ କିଶାନ ଶୁଭମନଙ୍କ ସହ ପାଳି ଆରମ୍ଭ କରିଥିଲେ । ତେବେ ରୋହିତଙ୍କ ଏହି ନିଷ୍ପତ୍ତି ଦଳ ପାଇଁ ସୁଫଳ ମଧ୍ୟ ଆଣିଦେଇଛି । ଦମଦାର ଫର୍ମରେ ଥିବା ଗିଲ ଏବଂ ଇଶାନ ବିନା କୌଣସି ୱିକେଟ ହରାଇ ଛୋଟ ଟାର୍ଗେଟକୁ ହାସଲ କରି ନେଇଛନ୍ତି । ଏହି ମ୍ୟାଚରେ ଶୁଭମନ ଗିଲ ୧୯ ବଲରେ ୨୭ ରନ୍ କରିଥିବା ବେଳେ ଇଶାନ କିଶାନ ୧୮ ବଲରେ ୨୩ ରନ କରି ଅପରାଜିତ ରହିଛନ୍ତି ।
Trending
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
Prev Post
Next Post