ରଣଜୀ ଟ୍ରଫିରେ ଖେଳିବେ ଅର୍ଜୁନ ତେନ୍ଦୁଲକର

ରଣଜୀ ଟ୍ରଫିରେ ଖେଳିବେ ଅର୍ଜୁନ ତେନ୍ଦୁଲକର

ମେଟ୍ରୋ ଟିଭି ବ୍ୟୁରେ,୩୦/୧୨: ଦୀର୍ଘ ୨ବର୍ଷର କରୋନା କଟକଣା ପରେ ଆରମ୍ଭ ହେବାକୁ ଯାଉଛି ରଣଜୀ ଟ୍ରଫି । ସିଜନର ପ୍ରଥମ ୨ଟି ମ୍ୟାଚ୍ ପାଇଁ ମୁମ୍ବାଇ ଦଳ ଘୋଷଣା କରାଯାଇଛି । ବ୍ୟାଟିଂରେ ବିସ୍ମୟ ପୃଥ୍ୱୀ ଶ’ଙ୍କୁ ନେତୃତ୍ୱ ଭାର ଦିଆଯାଇଛି । ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ପ୍ରଥମ କରି ସିନିୟର ପ୍ରଥମ ଶ୍ରେଣୀ କ୍ରିକେଟ୍ ଦଳରେ ସ୍ଥାନ ପାଇଛନ୍ତି । ୪୧ଥର ରଣଜୀ ଟ୍ରଫି ଚାମ୍ପିଅନ୍ ମୁମ୍ବାଇ ଏଥର ଏଲିଟ୍ ସି ଗ୍ରୁପ୍ରେ ସ୍ଥାନ ପାଇଛି । ଜାନୁଆରୀ ୧୩ ତାରିଖରେ ମୁମ୍ବାଇ ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚ୍ରେ ଦଳ ମହାରାଷ୍ଟ୍ରକୁ ଭେଟିବାର କାର‌୍ୟ୍ୟକ୍ରମ ରହିଛି । ସେହିପରି ଜାନୁଆରୀ ୨୦ ତାରିଖରୁ ଆରମ୍ଭ ହେଉଥିବା ଦ୍ୱିତୀୟ ମ୍ୟାଚ୍ରେ ଦିଲ୍ଲୀକୁ ଭେଟିବ । ଏଥର ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ମୁମ୍ବାଇ ଏକ ସନ୍ତୁଳିତ ଦଳ ଗଠନ କରିଛି । ଅର୍ଜୁନ ମୁମ୍ବାଇ ପାଇଁ ଅଣ୍ଡର ୧୯ ଗ୍ରୁପରେ କ୍ରିକେଟ୍ ଖେଳିବା ଛଡ଼ା ବିଭିନ୍ନ ଗ୍ରୁପରେ ଖେଳି ସାରିଛନ୍ତି। ୨୦୧୯ ମୁମ୍ବାଇ ଞ୨୦ ଲିଗ୍ ରେ ସେ ସାମିଲ ହୋଇଥିଲେ। ୨୦୧୮ ରେ ଅଣ୍ଡର ୧୯ରେ ଭାରତ ପାଇଁ ଡେବ୍ୟୁ ବି କରିଛନ୍ତି। ତେବେ ଏବେ ଆଇପିଏଲରେ ଡେବ୍ୟୁ କରିପାରିବେ କି ନାହିଁ ତାହା ଉପରେ ଏବେ ସାରା ଦେଶର ନଜର।