ଭାରୋତ୍ତୋଳନରେ ଆଉ ଏକ ପଦକ ଜିତିଛି ଭାରତ । ବର୍ମିଂହାମରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡା-୨୦୨୨ରେ ଭାରତ ତାର ସଫଳତା ଜାରି ରଖିଛି । ପୂର୍ବରୁ ଭାରତ ଏଥିରେ ୩ଟି ପଦକ ଜିତି ସାରିଥିବା ବେଳେ ଗତକାଲି ଭାରତ ତାର ୪ର୍ଥ ପଦକ ହାସଲ କରିଛି । ଭାରୋତ୍ତୋଳିକା ବିନ୍ଦ୍ୟାରାଣୀ ଦେବୀ ୫୫ କି.ଗ୍ରା ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି । ବିନ୍ଦ୍ୟାରାଣୀ ମୋଟ୍ ୨୦୨ କିଲୋ ଉଠାଇ ଏହି ରୌପ୍ୟ ଜିତିଥିବା ଜଣାପଡ଼ିଛି । ପ୍ରଥମେ ପର୍ଯ୍ୟାୟରେ ବିନ୍ଦ୍ୟାରାଣୀ ୮୧ କେଜି ଓ ଦ୍ୱିତୀୟ ପର୍ଯ୍ୟାୟରେ ୮୪ କେଜି ଉଠାଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ୮୬ କେଜି ଉଠାଇଥିଲେ । ପରେ ପରେ ବିନ୍ଦ୍ୟାରାଣୀ ୨୦୨ କିଲୋ ଉଠାଇ ରୌପ୍ୟ ଜିତିଛନ୍ତି ।
Trending
- ପୁରୀ ହେବ ‘ପୁରୀ ମହାନଗର ନିଗମ’ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଉଚ୍ଚ ଅଦାଲତକୁ ଗଲେ ଜଗା ପ୍ରଧାନ
- ଭୋଟର ତାଲିକାରୁ ବାଦ ପଡ଼ିପାରନ୍ତି 2 କୋଟି ଭୋଟର
- 6 ତାରିଖ ପ୍ରଥମ ବନ୍ୟାଜଳ ଛାଡ଼ିବ ହିରାକୁଦ
- ଜେଲ ଗଲେ ଜଗାପ୍ରଧାନ
- ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହେବା ଆନ୍ଦୋଳନରୁ ଓହରିଲା ଓଏଏସ ସଂଘ
- ବିଏମସି ଅତିରିକ୍ତ କମିଶନର ଆକ୍ରମଣ ଘଟଣା : ଗିରଫ ହେଲେ ଜଗା ପ୍ରଧାନ
- ଜୁଲାଇ ୨୧ରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ
- ଆଜିଠୁ ୮ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ