ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆର

ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ବାଂଲାଦେଶ ଖେଳାଳିଙ୍କୁ ନୂଆ ପିଚ୍‌କୁ ନେଇ ଚିନ୍ତା ଘାରିଛି। ଗ୍ବାଲିୟରର ଶ୍ରୀମନ୍ତ ମାଧବରାଓ ସିନ୍ଧିଆ ଷ୍ଟାଡିୟମ୍‌ର ନୂଆ ପିଚ୍‌ ଧିମା ରହିବା ଆଶଙ୍କା ଅଛି। ତେଣୁ ପିଚ୍‌ ଓ ପରିବେଶ ଉଭୟ ଦଳ ପାଇଁ ସଂପୂର୍ଣ୍ଣ ନୂଆ ରହିବାକୁ ଯାଉଛି। ବାଂଲାଦେଶ ମଧ୍ୟମକ୍ରମ ବ୍ୟାଟର୍‌ ତୋହିଦ ହୃଦୟ ମଧ୍ୟ ଏହି ବିଷୟକୁ ସ୍ବୀକାର କରିବା ସହିତ ନୂଆ ପିଚ୍‌କୁ ନେଇ ଚିନ୍ତାପ୍ରକଟ କରିଛନ୍ତି।ତୋହିଦ କହିଛନ୍ତି, ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଅଧିକ ରନ୍‌ ଦେଖିବାକୁ ଦର୍ଶକ ପସନ୍ଦ କରିଥାନ୍ତି। ପ୍ରତ୍ୟେକ ଦଳ ମଧ୍ୟ ଅଧିକ ରନ୍‌ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏଠାରେ ଗୋଟିଏ ହେଲେ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳାଯାଇନି। ନୂଆ ପଡ଼ିଆ ହୋଇଥିବାରୁ ମ୍ୟାଚ୍‌ ବେଳେ ଏହା କେମିତି ସୁହାଇବ ତାହା ଆକଳନ କରିବା କଷ୍ଟକର ବୋଲି ତୋହିଦ କହିଛନ୍ତି। ଅଭ୍ୟାସ ପିଚ୍‌ର ସ୍ଥିତିକୁ ଦେଖିଲେ ଧିମା ୱିକେଟ୍‌ ଭଳି ଅନୁଭବ ହେଉଛି। ଏଠାରେ ଆଇପିଏଲ୍‌ ମଧ୍ୟ ଆୟୋଜିତ ହୋଇନି।