ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ୍
ଚେନ୍ନାଇରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍କୁ ୨୮୦ ରନ୍ରେ ଜିତିବା ପରେ କାନପୁରରେ ଶୁକ୍ରବାରଠାରୁ ଆୟୋଜିତ ହେବାକୁ ଥିବା ଦ୍ବିତୀୟ ତଥା ଟେଷ୍ଟ୍ ଲାଗି ରୋହିତ ବାହିନୀ ସଜବାଜ ହେଉଛି। ଶୃଙ୍ଖଳାରେ କ୍ଲିନ୍ ସୁଇପ୍ ବିଜୟ ହାସଲ କରିବା ସହ ଲଗାତାର ତୃତୀୟ ବର୍ଷ ପାଇଁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ର ଫାଇନାଲ୍ ଖେଳିବା ଦୃଷ୍ଟିରୁ ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ର ମଧ୍ୟ ଢେର ଗୁରୁତ୍ବ ରହିଛି। ଏଥିଲାଗି କିନ୍ତୁ ଭାରତୀୟ କ୍ରିକେଟ୍ ଦଳକୁ କାନପୁର ସହ ଚଳିତ ଋତୁର ଅବଶିଷ୍ଟ ୯ ମ୍ୟାଚ୍ରୁ ଅନ୍ୟୂନ ଚାରିଟି ବିଜୟ ଅର୍ଜନ କରିବାର ଦରକାର ରହିଛି। ବାଂଲାଦେଶ ବିପକ୍ଷ ଗୋଟିଏ ମ୍ୟାଚ୍ ସହ ନ୍ୟୁଜିଲାଣ୍ଡ ବିପକ୍ଷ ତିନିଟି (ଘରୋଇ ପରିବେଶ) ଓ ଅଷ୍ଟ୍ରେଲିଆ ବିପକ୍ଷରେ ଅଷ୍ଟ୍ରେଲିଆ ମାଟିରେ ପାଞ୍ଚଟି ଟେଷ୍ଟ୍ ଭାରତ ହାତରେ ରହିଛି। ତେବେ ଏହି ଚାରିଟି ବିଜୟ ଲକ୍ଷ୍ୟ ପୂରଣ କରିବା ଲାଗି ଘରୋଇ ପରିବେଶରେ ଖେଳିବାକୁ ଥିବା ମ୍ୟାଚ୍ ଭାରତ ପାଇଁ ଭଲ ସୁଯୋଗ ଭାବେ ଉଭା ହୋଇଛି।