ଭାରତ-ପାକିସ୍ତାନ ମୁକାବିଲାରେ ବର୍ଷା : ଅଧା ପାଳିରୁ ଆଜି ପୁଣି ବ୍ୟାଟିଂ କରିବେ କୋହଲି ଓ କେଏଲ ରାହୁଲ
ଏସିଆ କପର ହାଇଭୋଲଟେଜ୍ ଭାରତ-ପାକିସ୍ତାନ ମ୍ୟାଚରେ ବାଧକ ସାଜିଛି ବର୍ଷା । ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ପାଇଁ ଦୁଇ ଟିମ ମୁହାଁମୁହିଁ ହୋଇଥିଲେ । କିନ୍ତୁ ପ୍ରଥମ ମ୍ୟାଚ ଭଳି ଗତକାଲି ଖେଳାଯାଇଥିବା ମ୍ୟାଚ ବର୍ଷା ଯୋଗୁଁ ଅଧାରେ ଅଟକି ରହିଛି । ଆଜି ପୁଣି ଭାରତୀୟ ଦଳ ଗତକାଲିର ଅସମାପ୍ତ ଇନିଂସରୁ ଅର୍ଥାତ ଅଧା ପାଳିରୁ ଖେଳ ଆରମ୍ଭ କରିବ । ଭାରତ ପ୍ରଥମେ ବ୍ୟାଟିଂ କରି ୨୪ ଦଶମିକ ୧ ଓଭରରେ ୨ ୱିକେଟ ହରାଇ ୧୪୭ ରନ କରିଥିବା ବେଳେ ପ୍ରବଳ ବର୍ଷା ହେବାରୁ ଖେଳ ସ୍ଥଗିତ ରହିଥିଲା । ପରେ ଦୁଇ ଦଳର ଅଧିନାୟକଙ୍କ ସହ ଆଲୋଚନା କରି ରିଜର୍ଭ ଡେରେ ମ୍ୟାଚ କରିବାକୁ ନିଷ୍ପତ୍ତି ନେଇଥିଲେ ଅମ୍ପାୟାର । ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ଓପନିଂ ଯୋଡି ୧୨୧ ରନ କରିଥିଲେ । ଅଧିନାୟକ ରୋହିତ ଶର୍ମା ୪୯ ବଲରେ ୫୬ ରନ ଓ ଶୁଭମନ ଗିଲ୍ ୫୮ ରନ୍ କରି ଆଉଟ୍ ହୋଇଯାଇଥିଲେ । ବିରାଟ କୋହଲି ଓ କେଏଲ ରାହୁଲ ଅରାପଜିତ ରହିଛନ୍ତି । ଆଜି ଦୁଇ ୱିକେଟ ବିନିମୟରେ ୧୪୭ ରନରୁ ଖେଳ ଆରମ୍ଭ କରିବ ଭାରତ ।