ଭାରତ-ପାକିସ୍ତାନ ମୁକାବିଲା,ମ୍ୟାଚ ଅମିମାଂସିତ ଭାବେ ଶେଷ

ଶ୍ରୀଲଙ୍କାର ପାଲେକେଲେଠାରେ ଖେଳାଯାଉଥିବା ଏସିଆ କପର ଗୁରୁତ୍ବପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ ଅମିମାଂସିତ ଭାବେ ଶେଷ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ୨ୟ ଇନିଂସ ଖେଳ ଆଦୌ ହୋଇପାରିନଥିଲା । ଫଳରେ ଏହି ମହାମୁକାବିଲା ଦେଖିବାକୁ ଅନେକ ଦିନ ପୂର୍ବରୁ ଅପେକ୍ଷା କରିରହିଥିବା କ୍ରିକେଟପ୍ରେମୀ ନିରାଶ ହୋଇଛନ୍ତି ।ଭାରତ ପ୍ରଥମେ ବ୍ୟାଟିଂ କରି ୨୬୬ ରନ କରି ଅଲଆଉଟ୍ ହୋଇଯାଇଛି । ଫଳରେ ପାକିସ୍ତାନ ଆଗରେ ୨୬୭ ରନର ଲକ୍ଷ୍ୟ ରହିଥିଲା । କିନ୍ତୁ ବର୍ଷା ଯୋଗୁଁ ପାକିସ୍ତାନ ଟିମ ବ୍ୟାଟିଂ କରିପାରିନଥିଲା । ଫଳରେ ଉଭୟ ମ୍ୟାଚକୁ ବାତିଲ କରାଯିବା ସହ ପଏଣ୍ଟ ଭାଗ କରାଯାଇଥିଲା । ଭାରତର ଟପ୍ ଅର୍ଡର ବିଫଳ ହେବା ପରେ ଏକ ଲଢୁଆ ଇନିଂସ ଖେଳି ଦଳର ସଂକଟମୋଚକ ସାଜିଥିଲେ ଇଶାନ କିଷନ । ଦିନିକିଆରେ ଇଶାନ କିଶନ କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ ପୂରଣ କରିବା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ସ୍କୋରକୁ ଆଗକୁ ବଢ଼ାଇଥିଲେ। ଇଶାନ ୮୨ ରନ କରି ଆଉଟ ହୋଇଥିବାବେଳେ ପାଣ୍ଡ୍ୟା ୮୭ ରନ କରିଥିଲେ ।