ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ

ସିରିଜ ହାତେଇବା ଲକ୍ଷ୍ୟରେ ଟିମ ଇଣ୍ଡିଆ

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ । ଇନ୍ଦୋରରେ ହେବ ମହାଲଢେଇ । ଆଜି ଅପରାହ୍ନ ସାଢ଼େ ଗୋଟାଏରୁ ଖେଳ ଆରମ୍ଭ ହେବ । ଆଗୁଆ ସିରିଜ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ ।ପଟେ ମ୍ୟାଚ ଜିତି ସିରିଜ ଫେରିବାକୁ ଉଦ୍ୟମ କରିବ କଙ୍ଗାରୁ ଦଳ । ମୋହାଲି ପ୍ରଥମ ଦିନିକିଆରେ ବାଜି ମାରିଥିଲା ଭାରତ । ଗତ ମ୍ୟାଚରେ ବିଫଳ ହୋଥିବା ଶ୍ରେୟସ ଆୟର ଭଲ ସ୍କୋର କରିବାକୁ ଆଗ୍ରହୀ ଥିବା ବେଳେ ଆର. ଅଶ୍ବିନ ୱିକେଟ ସନ୍ଧାନରେ ରହିବେ । ହୋଲକର ଷ୍ଟାଡିୟମରେ ବଡ଼ ସ୍କୋର ଆଶା ରହିଛି। ପ୍ରଥମ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସହ ୪ ଷ୍ଟାର ଖେଳାଳିଙ୍କ ବିନା ଖେଳିଥିଲା ଆୟୋଜକ ଦଳ । ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛିଭାରତ ୧-୦ରେ ଆଗୁଆ ରହିଛି ।