ବିଶ୍ବକପ୍ ପୂର୍ବରୁ ଭାରତ ଖେଳିବ ଶେଷ ଦିନିକିଆ

ବିଶ୍ବକପ୍ ପୂର୍ବରୁ ଭାରତ ଖେଳିବ ଶେଷ ଦିନିକିଆ ସିରିଜ୍ ।  ଆସନ୍ତା ୨୨ ତାରିଖରେ ପ୍ରଥମ ମ୍ୟାଚରେ ଦଳ ମୋହାଲିରେ ଅଷ୍ଟ୍ରେଲିଆର ସାମ୍ନା କରିବ। ସେହିପରି ୨୪ ତାରିଖରେ ଇନ୍ଦୋର ଓ ୨୭ରେ ଶେଷ ଦିନିକିଆ ରାଜକୋଟରେ ଖେଳାଯିବ । ବିଶ୍ୱକପକୁ ଦୃଷ୍ଟିରେ ରଖି ଏହି ତିନିଟି ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି ।  ଆରମ୍ଭରୁ ଖେଳିବେନି ରୋହିତ ଓ ବିରାଟ ।  ପ୍ରଥମ ୨ଟି ମ୍ୟାଚରୁ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବଙ୍କୁ ବିଶ୍ରାମ ଦିଆଯାଇଛି ।  ପ୍ରଥମ ଦୁଇଟି ଦିନିକିଆର ନେତୃତ୍ବ ନେବେ କେ.ଏଲ୍ ରାହୁଲ । ଉପଅଧିନାୟକ ରହିବେ ରବୀନ୍ଦ୍ର ଜାଡେଜା ।  ଶେଷ ଦିନିକିଆର ନେତୃତ୍ବ ନେବେ ରୋହିତ ଶର୍ମା।  ଦଳକୁ ଫେରିଛନ୍ତି ଭେଟରାନ ଅଫ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍।  ଦଳରେ ଋତୁରାଜ ଗାଏକୱାଡ଼, ଶୁଭମନ ଗିଲ୍ , ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ତୀଲକ ବର୍ମା, ଇଶାନ କିଶାନ , ଶାର୍ଦ୍ଦୁଲ ଠାକୁର, ୱାଶିଂଟନ ସୁନ୍ଦର, ଯଶପ୍ରିତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା  ସ୍ଥାନ ପାଇଛନ୍ତି।