ବିରାଟ ଜଣେ ମହାନ୍ ଖେଳାଳି କହିଲେ , ସୌରଭ ଗାଙ୍ଗୁଲି

ବିରାଟ ଜଣେ ମହାନ୍ ଖେଳାଳି କହିଲେ , ସୌରଭ ଗାଙ୍ଗୁଲି

ମେଟ୍ରୋ ଟିଭି ଓଡିଶା,୧୬/୧: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଶନିବାର ସେ ସୋସିଆଲ ମିଡିଆରେ ଏନେଇ ଘୋଷଣା କରିଥିଲେ । ଦିନିକିଆ ଅଧିନାୟକ ପଦରୁ ହଟାଯିବା ପରେ ବିରାଟ ଏବଂ ବିସିସିଆଇ ମଧ୍ୟରେ ଲଗାତାର ବିବାଦ ଦେଖାଦେଇଥିଲା। ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ।

ଗାଙ୍ଗୁଲି କହିଛନ୍ତି ଯେ, ବିରାଟଙ୍କ ନେତୃତ୍ୱରେ ଭାରତ ସବୁ ଫର୍ମାଟରେ ଉନ୍ନତ ପ୍ରଦର୍ଶନ କରିଛି । ତାଙ୍କର ଅଧିନାୟକ ଭାର ଛାଡିବା ବ୍ୟକ୍ତିଗତ ନିଷ୍ପତ୍ତି । ବିସିସିଆଇ ତାଙ୍କର ବହୁ ସମ୍ମାନ କରେ । ସେ ଭବିଷ୍ୟତରେ ଦଳକୁ ଶିଖରରେ ପହଁଚାଇବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବେ । ସେ ଜଣେ ମହାନ ଖେଳାଳି ବୋଲି କହିଛନ୍ତି ଗାଙ୍ଗୁଲି । ଆଉ ଗାଙ୍ଗୁଲିଙ୍କ ଏଭଳି ପ୍ରତିକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।