ବାପା ହେଲେ ଯୁବରାଜ ସିଂହ: ଶିଶୁ ପୁତ୍ରକୁ ଜନ୍ମଦେଇ ଖୁସି ଖବର ଦେଲେ ପତ୍ନୀ ହେଜେଲ
ମେଟ୍ରୋ ଟିଭି ଓଡିଶା,୨୬/୧ : ଭାରତୀୟ କ୍ରିକେଟର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ବାପା ହୋଇଛନ୍ତି । ଯୁବରାଜଙ୍କ ପତ୍ନୀ ହେଜେଲ କିଚ୍ ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଗତକାଲି ଯୁବିଙ୍କ ଘରକୁ ଆସିଛି ନୂଆ ଅତିଥି । ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି ଯୁବରାଜ । ସେ ଲେଖିଛନ୍ତି, ମୋର ସମସ୍ତ ପ୍ରଶଂସକଙ୍କୁ ସଂପର୍କୀୟ ତଥା ସାଙ୍ଗସାଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କଥା ସେୟାର କରୁଛି । ଭଗବାନଙ୍କ ଆଶୀର୍ବାଦରୁ ଆମକୁ ପିଲାର ଶୁଖ ପ୍ରାପ୍ତି ହୋଇଛି । ଏଥିପାଇଁ ଇଶ୍ୱରଙ୍କୁ କୋଟି କୋଟି ଧନ୍ୟବାଦ । ଆହୁରି ସେ ଲେଖିଛନ୍ତି ଆମେ ଚାହୁଁଛୁ ଆପଣମାନେ ଆମ ଜୁନିୟରଙ୍କୁ ଏମିତି ଆଶୀର୍ବାଦ କରନ୍ତୁ ।
ସୂଚନା ଅନୁସାରେ, ୧୨ ନଭେମ୍ୱର ୨୦୧୫ରେ ଯୁବରାଜ ଓ ହେଜେଲଙ୍କ ନିର୍ବନ୍ଧ ହୋଇଥିଲା । ପରେ ୩୦ ନଭେମ୍ୱର ୨୦୧୬ରେ ଚଣ୍ଡୀଗଡରେ ସେ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ । ହେଜେଲ ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ। ତାଙ୍କୁ ସଲମାନଙ୍କ ଫିଲ୍ମ ‘ବଡିଗାର୍ଡ’ରେ ଦେଖିବାକୁ ମିଳିଥିଲା। ଏହାଛଡା ଅନେକ ଗୁଡିଏ ବିଜ୍ଞାପନରେ ସେ ନଜର ଆସିଛନ୍ତି ।