ଆଜିଠୁ ଆରମ୍ଭ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ କେ ଏଲ ରାହୁଲ ଏହି ସିରିଜରୁ ବାଦ୍ ପଡିଛନ୍ତି । ତାଙ୍କ ବଦଳରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରିଛି ସିଲେକ୍ସନ କମିଟି ।କେ ଏଲ ରାହୁଲ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଦଳରେ ସ୍ଥାନ ପାଇଥିଲେ । ହେଲେ ଫିଟନେସ୍ ସମସ୍ୟା କାରଣରୁ ସେ ମ୍ୟାଚ୍ ଖେଳିବେ କି ନାହିଁ ସେନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । ନିକଟରେ ସେ କୋଭିଡରେ ସଂକ୍ରମିତ ହୋଇଥିଲେ, ତେଣୁ ମେଡିକାଲ ଟିମ୍ ତାଙ୍କୁ ଏବେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛି । ଏହାପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜରୁ କେ ଏଲ୍ ରାହୁଲ ବାଦ୍ ପଡିଛନ୍ତି ।ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜରେ ସଞ୍ଜୁ ସାମସନ୍ ସ୍ଥାନ ପାଇଥିଲେ । ଏହି ସିରିଜରେ ସେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ । ତେଣୁ ତାଙ୍କୁ ପୁରସ୍କାର ସ୍ୱରୂପ ଏବେ ଟି-୨୦ ସିରିଜରେ ମଧ୍ୟ ସାମିଲ କରାଯାଇଛି ।
Trending
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
- ସୁଜାତା ଆର୍ କାର୍ତ୍ତିକେୟନଙ୍କୁ ଶକ୍ତି ନାନୀ ଉପାଖ୍ୟାନ ଦେଲେ – ଶ୍ରୀମୟୀ ମିଶ୍ର
- ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେଉଛି ବଡଓଷା ପର୍ବ
- ଆଜି ପଞ୍ଚୁକର ଦ୍ବିତୀୟ ଦିନ , ପୁରୀ ଶ୍ରୀ ମନ୍ଦିରରେ ଅସମ୍ଭାଳ ଭିଡ଼
- ପରଲୋକରେ ‘ରୁଚି ମସଲା’ର ପ୍ରତିଷ୍ଠାତା ଶରତ କୁମାର
- ଡିସେମ୍ବର ୩୧ ଯାଏଁ ବଢିଲା ଇ-କେୱାଇସି ର ଅବଧି
- ବାପାଙ୍କୁ ପଚାରିନଥିଲା ବିଜେଡ଼ି – ଜୟ
Prev Post
Next Post