ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ ପାଇଁ ଏବେ ଆଉ ଏକ ନୂଆ ଭେନ୍ୟୁ ସ୍ଥିର କରାଯାଇଛି । ବାଂଲାଦେଶର ସ୍ଥିତିକୁ ଦଷ୍ଟିରେ ରଖି ଆଇସିସି ଏଭଳି ଏକ ନିଷ୍ପତ୍ତି ନେଇଛି । ତେବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଏବେ ୟୁଏଇକୁ ଚୟନ କରାଯାଇଛି । ଅର୍ଥାତ୍ ଚଳିତବର୍ଷ ମହିଳା ଟି-୨୦ ବିଶ୍ୱକପ୍ ବାଂଲାଦେଶ ପରିବର୍ତ୍ତେ ୟୁଏଇରେ କେଳାଯିବାକୁ ଆଇସିସି ସ୍ଥିର କରିସାରିଛି । ତେବେ ଟୁର୍ଣ୍ଣାମେଣ୍ଟର ଆୟୋଜକ ଭାବରେ ବାଂଲାଦେଶର ହିଁ ନାମ ରହିବ ।ଆଇସିସିର ସିଇଓ ଜ୍ୟୋଫ ଏଲାର୍ଡିସ କହିଛନ୍ତି ଯେ, ବାଂଲାଦେଶ ପାଇଁ ଟି-୨୦ ବିଶ୍ୱକପ ଆୟୋଜନ ନ କରିବା ଖୁବ ନିରାଶାଜନକ ଘଟଣା । କାରଣ ବାଂଲାଦେଶ କ୍ରିକେଟ ବୋର୍ଡ ଏକ ଐତିହାସିକ ପ୍ରସ୍ତୁତି କରିଥିଲା । ସେ କହିଛନ୍ତି ଯେ, “ମୁଁ ବିସିବି ଟିମକୁ ଧନ୍ୟାବଦ୍ ଦେବାକୁ ଚାହୁଁଛି, କାରଣ ସେମାନେ ଟୁର୍ଣ୍ଣାମେଣ୍ଟକୁ ବାଂଲାଦେଶରେ ଆୟୋଜିତ କରାଇବା ପାଇଁ ସମସ୍ତ ଚେଷ୍ଟା କରିଥିଲେ, କିନ୍ତୁ ବିଶ୍ୱକପର ଅଧିକାଂଶ ଦଳର ସରକାରଙ୍କ ଟାଭେଲ ଗାଇଡଲାଇନ୍ ଯୋଗୁଁ ଏହା ସମ୍ଭବ ହୋଇ ପାରିନାହିଁ । ତେବେ ତାଙ୍କ ହାତରେ ଆୟୋଜକର ଦାୟିତ୍ୱ ରହିବ । ଏହାସହିତ ବିସିବି ତରଫରୁ ବିଶ୍ୱକପ୍ ଆୟୋଜନ କରୁଥିବାର ୟୁଏଇ ବୋର୍ଡକୁ ମଧ୍ୟ ଧନ୍ୟବାଦ୍ ଦେଉଛି । ସେହିପରି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିବାରୁ ଶ୍ରୀଲଙ୍କା ଏବଂ ଜିମ୍ବାୱେ ବୋର୍ଡକୁ ମଧ୍ୟ ଧନ୍ୟବାଦ୍ ।”ତେବେ ୨୦୨୬ ମସିହାରେ ଉଭୟ ଦେଶରେ ଗ୍ଲୋବାଲ ଇଭେଣ୍ଟ ଦେଖିବାକୁ ମିଳିବ । ଆଇସିସିର ମୁଖ୍ୟ କାର୍ଯ୍ୟାଳୟ ୟୁଏଇରେ ରହିଛି । ବର୍ତ୍ତମାନ ପରିସ୍ତିତିରେ ୟୁଏଇ ବିଶ୍ୱ କ୍ରିକେଟର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ପାଲଟିଛି । ଏଠାରେ ଅନେକ କ୍ୱାଲିଫାୟାର ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇପାରିଛି । ଏଠାରେ କରୋନା ସମୟରେ ବିଶ୍ୱର ସର୍ବବୃହତ୍ ଟି-୨୦ ଲିଗ୍ ଆଇପିଏଲ ମଧ୍ୟ ଆୟୋଜିତ ହୋଇ ପାରିଥିଲା ।
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post