ବଡ଼ ବିପର୍ଯ୍ୟୟରୁ ବର୍ତ୍ତିଯାଇଛି ଇଂଲଣ୍ଡ
ଚଳିତ ଆଇସିସି ଦିନିକିଆ ମହିଳା ବିଶ୍ବକପ୍ରେ ଏକ ବଡ଼ ବିପର୍ଯ୍ୟୟରୁ ବର୍ତ୍ତିଯାଇଛି ଇଂଲଣ୍ଡ। ବାଂଲାଦେଶ ବିପକ୍ଷ ଏହି ଲିଗ୍ ମ୍ୟାଚ୍କୁ ଇଂଲଣ୍ଡ ଶେଷରେ ୪ ୱିକେଟ୍ରେ ରୋମାଞ୍ଚକ ଭାବେ ଜିତି ପଏଣ୍ଟ୍ ଟେବୁଲ୍ ଶୀର୍ଷକୁ ଉନ୍ନୀତ ହୋଇଛି। ବାଂଲାଦେଶ ରଖିଥିବା ୧୭୯ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇବାରୁ ୧୦୩/୬ରେ ସଂଘର୍ଷ କରିଥିଲା। ଶେଷକୁ ଅତୁଟ ସପ୍ତମ ୱିକେଟ୍ ପାଇଁ ଅଭିଜ୍ଞା ହିଦର୍ ନାଇଟ୍ (୧୧୧ ବଲ୍ରୁ ୭୯* ରନ୍, ୮ ଚୌକା, ୧ ଛକା) ଏବଂ ଚାର୍ଲୋଟ୍ ଡିନ୍ (୫୬ ବଲ୍ରୁ ୨୭* ରନ୍, ୨ ଚୌକା) ୧୬.୪ ଓଭରରେ ୭୯* ରନ୍ ଯୋଡ଼ି ବାଂଲାଦେଶ ହାତରୁ ବିଜୟ ଛଡ଼ାଇ ନେଇଥିଲେ। ପୂର୍ବରୁ ଅଧିନାୟିକା ନାଟ୍ ଶ୍ଚିଭର ବ୍ରଣ୍ଟ୍ (୩୨ ରନ୍) ମଧ୍ୟ ଏକ ଭଲ ପାଳି ଖେଳିଥିଲେ। ଇଂଲଣ୍ଡ ୪୬.୧ ଓଭରରେ ୬ ୱିକେଟ୍ ହରାଇ ୧୮୨ ରନ୍ ସଂଗ୍ରହ କରି ନେଇଥିଲା। ବାଂଲାଦେଶ ପାଇଁ ଫହିମା ଖାତୁନ୍ (୧୦-୨-୧୬-୩)ଙ୍କ ବଢ଼ିଆ ବୋଲିଂ କିନ୍ତୁ ଶେଷରେ ସାନ୍ତ୍ବନାରେ ସୀମିତ ରହିଥିଲା। ମାରୁଫା ଅଖ୍ତର୍ (୨/୨୮) ଓ ସଂଜୀଦା ଅଖ୍ତର୍ ମେଘଲା (୧/୨୪) ମଧ୍ୟ ଏହି ଲୋ ସ୍କୋରିଂ ମ୍ୟାଚ୍ରେ ରୋମାଞ୍ଚ ଭରିଥିଲେ।