ପ୍ଲେଅଫରୁ ବିଦା ହେଲା ଚେନ୍ନାଇ
ଆଇପିଏଲର ଏକ ବଡ଼ ରୋମାଞ୍ଚକର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ୨୭ ରନରେ ପରାସ୍ତ କରି ପ୍ଲେଅଫରେ ନିଜର ସ୍ଥାନ ପକ୍କା କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଆରସିବିର ଏହି ବିଜୟର ହିରୋ ୟଶ ଦୟାଲ ସାଜିଥିବା ବେଳେ ମ୍ୟାଚର ଅନ୍ତିମ ଓଭରରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଉଟ୍ ହୋଇ ସିଏସକେକୁ ପଞ୍ଚମ ଥର ଚାମ୍ପିୟନ କରାଇବାରେ ବିଫଳ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରି ଆରସିବି ୨୧୮ ରନର ବଡ଼ ସ୍କୋର କରିଥିବା ବେଳେ ଚେନ୍ନାଇ ୭ଟି ୱିକେଟ ହରାଇ ୧୯୧ ରନ୍ କରିବାକୁ ସମର୍ଥ ହୋଇପାରିଥିଲା ।ଆରସିବିକୁ ପ୍ଲେଅଫରେ ପହଞ୍ଚିବା ପାଇଁ ଚେନ୍ନାଇ ବିପକ୍ଷରେ ଅତିକମରେ ୧୮ ରନରେ ବିଜୟୀ ହେବା ଜରୁରୀ ଥିଲା । ଅର୍ଥାତ ସିଏସକେ ଯଦି ୨୦୧ ରନ୍ କରିପାରିଥାନ୍ତା ତେବେ ଆରସିବିକୁ ପଛକୁ ହଟାଇ ଧୋନୀଙ୍କ ଟିମ୍ ପ୍ଲେଅଫରେ ପହଞ୍ଚି ପାରିଥାନ୍ତା । ୧୯ ଓଭର ଶେଷ ସୁଦ୍ଧା ଚେନ୍ନାଇ ୧୮୪ ରନ୍ ସଂଗ୍ରହ କରିସାରିଥିଲା । ୨୦ ଓଭରରେ ଚେନ୍ନାଇକୁ ୧୭ ରନ୍ ସଂଗ୍ରହ କରିବାର ଆବଶ୍ୟକତା ରହିଥିଲା । ଧୋନୀଙ୍କ ପାଇଁ ଏହା ଏକ ମୁସ୍କିଲ କାର୍ଯ୍ୟ ନଥିଲା । ମାତ୍ର ଶେଷ ଓଭରରେ ବୋଲିଂ କରିବାକୁ ଆସିଥିବା ପେସ ବୋଲର ୟଶ ଦୟାଲ ଉଚ୍ଚକୋଟୀର ବୋଲିଂ କରି ବାଜି ପଲଟାଇ ଦେଇଥିଲେ ।ପ୍ରଥମ ବଲରେ ଧୋନୀ ଚଳିତ ଆଇପିଏଲ ଦୀର୍ଘତମ ଛକା (୧୧୦ ମିଟର) ମାରିବା ପରେ ଦ୍ୱିତୀୟ ବଲରେ ଆଉଟ୍ ହୋଇଯାଇଥିଲେ । ଏହାପରେ ତୃତୀୟ ବଲରେ ଶାର୍ଦୁଲ ଠାକୁର କୌଣସି ରନ୍ କରିନଥିବା ବେଳେ ଚତୁର୍ଥ ବଲରେ ୧ ରନ୍ ନେଇଥିଲେ । ପଞ୍ଚମ ଓ ଷଷ୍ଠ ବଲରେ ରବିନ୍ଦ୍ର ଜାଡ଼େଜା କୌଣସି ରନ୍ କରିପାରିନଥିଲେ । ଫଳରେ ଚେନ୍ନାଇ ୧୯୧ ରନରେ ଅଟକିବା ସହିତ ମ୍ୟାଚରେ ହାରିବା ସହିତ ପ୍ଲେଅଫରୁ ବାଦ୍ ପଡ଼ିଥିଲା ।