ପାରାଲିମ୍ପିକ୍ସରେ ଭାରତକୁ ପଞ୍ଚମ ପଦକ
ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତକୁ ପଞ୍ଚମ ପଦକ ମିଳିଛି। ମହିଳା ୧୦ ମିଟର ଏୟାର ପିସ୍ତଲ (ଏସ୍ଏଚ୍୧)ରେ ରୁବିନା ଫ୍ରାନ୍ସିସ୍ କାଂସ୍ୟ ପଦକ ଜିତିଛନ୍ତି। ଫଳରେ ବନ୍ଧୁକ ଚାଳନାରୁ ଭାରତକୁ ଚତୁର୍ଥ ପଦକ ମିଳିଛି। ଏହି ଇଭେଣ୍ଟରେ ରୁବିନା ୨୧୧.୧ ପଏଣ୍ଟ ସ୍କୋର କରିଥିଲେ। ଇରାନ୍ର ସାରେ ଜବାନମାର୍ଦି ୨୩୬.୮ ପଏଣ୍ଟ ସ୍କୋର ସହ ସ୍ବର୍ଣ୍ଣ ଓ ତୁର୍କୀର ଆୟସେଲ୍ ଓଜଗାନ୍ ୨୩୧.୧ ପଏଣ୍ଟ ସ୍କୋର ସହ ରୌପ୍ୟ ପଦକ ଜିତିଛନ୍ତି। ଏଥିପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟରେ ରୁବିନା ୫୫୬-୧୩ଏକ୍ସ ସ୍କୋର କରି ଷଷ୍ଠ ସ୍ଥାନରେ ରହିବା ସହ ୮ଜଣିଆ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିଥିଲେ।