ପଞ୍ଜାବ କିଙ୍ଗ୍ସର ରୋମାଂଚକର ବିଜୟ

ପଞ୍ଜାବ କିଙ୍ଗ୍ସ ୭ ରନ୍‌ରେ (ଡିଏଲ୍‌) ଦୁଇ ଥର ବିଜେତା କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ଶିଖର ଧାୱନ ଏବଂ ଭାନୁକା ରାଜପକ୍ଷଙ୍କ ନେତୃତ୍ବରେ ପଞ୍ଜାବ କିଙ୍ଗ୍ସ  ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା। ଜବାବରେ ୧୬ ଓଭରରେ କୋଲ୍‌କାତା ନାଇଟ୍ ରାଇଡର୍ସ ୧୪୬/୭ ସ୍କୋର୍‌ କରିଥିବା ବେଳେ ବର୍ଷା ଯୋଗୁଁ ଖେଳ ଅଟିକଯାଇଥିଲା। ଡିଏଲ୍‌  ସ୍କୋରଠାରୁ ୭ ରନ୍‌ ପଛରେ ଥିବାରୁ ନୀତୀଶ ରାଣାଙ୍କ ଦଳ ନିରାଶାରୁ ଅଭିଯାନ ଆରମ୍ଭ କରିଥିଲା। ଭାନୁକା ରାଜପକ୍ଷ ୩୨ ବଲରୁ ୫୦ ଏବଂ ଶିଖର ଧାୱନ ୨୯ ବଲ୍‌ରୁ ୪୦ ରନ୍‌ କରିଥିଲେ। ଦାମୀ ଖେଳାଳି ସାମ କରନ୍ ୧୭ ବଲ୍‌ରୁ ୨୬* ରନ୍‌ କରି ପଞ୍ଜାବକୁ ୧୯୧ ରନ୍‌ରେ ପହଞ୍ଚାଇଥିଲେ। ଜବାବରେ ଅର୍ଶଦୀପ ସିଂହ ତାଙ୍କ ପ୍ରଥମ ଓଭରର ପ୍ରଥମ ଓ ଶେଷ ବଲରେ ୱିକେଟ୍ ନେଇ କେକେଆର୍‌କୁ ଚାପରେ ରଖିଥି‌ଲେ। ରହମନୁଲ୍ଲା ଗୁରବାଜ ଏବଂ ଭେଙ୍କଟେଶ ଆୟର୍‌ କିଛି ଆକର୍ଷଣୀୟ ସଟ୍‌ ଖେଳିଥିଲେ ମଧ୍ୟ କେକେଆର୍‌ ନିୟମିତ ୱିକେଟ୍ ହରାଇ ଚାଲିଥିଲା।