ଟି-୨୦ ବିଶ୍ୱକପ୍ ପାଇଁ ଆଇସିସି ମେଗା ଇଭେଣ୍ଟ

ମିଶନ୍ ‘ବିଶ୍ୱକପ୍-୨୦୨୪’ରେ ହରମନପ୍ରୀତ କୌରଙ୍କୁ ଅଧିନାୟକ ଭାବରେ ନିଯୁକ୍ତି କରାଯାଇଛି । ତେବେ ଏହି ବିଶ୍ୱକପ୍ ଦଳର ଉପ-ଅଧିନାୟକ ଭାବରେ ସ୍ମୃତି ମନ୍ଧାନାଙ୍କୁ ଦାୟିତ୍ୱ ଦିଆ ଯାଇଥିବା ବେଳେ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି ବୋର୍ଡ । ଏହି ବିଶ୍ୱକପ୍ ଆସନ୍ତା ଅକ୍ଟୋବର ୪ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ଆଇସିସି ନୂଆ ଖେଳସୂଚୀ ଜାରି କରିଛି ।ଚଳିତବର୍ଷ ମହିଳା ଟି-୨୦ ବିଶ୍ୱକପର ଆୟୋଜନ ଦାୟିତ୍ୱ ବାଂଲାଦେଶ ନିକଟରେ ରହିଥିଲା । କିନ୍ତୁ ବାଂଲାଦେଶରେ ଚାଲିଥିବା ବିରୋଧ ଯୋଗୁଁ ଆଇସିସି ମେଗା ଇଭେଣ୍ଟ ପାଇଁ ୟୁଏଇକୁ ସ୍ଥାନାନ୍ତରିକ କରିଛି ଟି-୨୦ ବିଶ୍ୱକପ୍ ୨୦୨୪ । ତେବେ ବାଂଲାଦେଶ ଆୟୋଜକ ଭାବରେ ୟୁଏଇରେ ଏହି ମେଗା ଇଭେଣ୍ଟର ଆୟୋଜନ କରିବ । ତେବେ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଅକ୍ଟୋବର ୪ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ ଭାରତ । ତେବେ ବିଶ୍ୱକପ୍ ପାଇଁ ଅନେକ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇଛି ଭାରତୀୟ କ୍ରିକେଟ ବୋର୍ଡ ।