ଇଂଲଣ୍ଡରେ ଛକା ମାରିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ସାଉଥୱିକ ଏବଂ ସୋରହେମ୍ କ୍ରିକେଟ କ୍ଲବ ବ୍ୟାଟ୍ସମ୍ୟାନଙ୍କ ଛକା ମାରିବା ଉପରେ ବ୍ୟାନ୍ ଲଗାଯାଇଛି । ଷ୍ଟାଡିୟମ ପାଖରେ ରହୁଥିବା ଦର୍ଶକମାନଙ୍କ ପ୍ରପର୍ଟି କ୍ଷତି ପରେ ହେଉଥିବା ଅଭିଯୋଗ ଯୋଗୁଁ ଏଭଳି ଏକ ନିଷ୍ପତ୍ତି ନେଇଛି ଇଂଲଣ୍ଡ କ୍ଲବ । ତେଣୁ ଏଣିକି ମ୍ୟାଚରେ ଛକା ମାରିବା ବ୍ୟାଟ୍ସମ୍ୟାନଙ୍କୁ ଆୁଟ ବୋଲି ଘୋଷଣା କରାଯିବ ।ସାଉଥୱିକ ଏବଂ ସୋରହେମ କ୍ରିକେଟ କ୍ଲବର କୋଷାଧ୍ୟକ୍ଷ ମାର୍କ ବ୍ରୋକ୍ସଅପ୍ ‘ଛକା ମାରିବା’ ଉପରେ ପ୍ରତିବନ୍ଧକ ନେଇ ସୂଚନା ଦେଇଛି । ଇନ୍ସୁରାନ୍ସ କ୍ଲେମ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ହେଉଥିବା ଆର୍ଥିକ କ୍ଷତିରୁ ମୁକ୍ତି ପାଇବା ପାଇଁ ଏହି ନିୟମ ଲାଗୁ ହୋଇଛି । ଷ୍ଟାଡିୟମ ନିକଟରେ ରହୁଥିବା ଲୋକଙ୍କ ଗାଡ଼ି ଏବଂ ଘର ସମ୍ପତ୍ତି ଇତ୍ୟାଦି ନଷ୍ଟ ହେଉଛି । ଏହାକୁ ନେଇ ଅଭିଯୋଗ ଦାୟର କରାଯାଇଥିଲା । ତେଣୁ ଏହି ଟେନସନରୁ ମୁକ୍ତି ପାଇବା ପାଇଁ ଏହି ପଦକ୍ଷେପ ନେଇଛି ଇଂଲଣ୍ଡ କ୍ଲବ ।ବ୍ରୋକ୍ସଅପ୍ କହିଛନ୍ତି ଯେ, ପ୍ରଥମେ କ୍ରିକେଟ ଖୁବ ଶାନ୍ତ ମାହୋଲରେ ଖେଳା ଯାଉଥିଲା । କିନ୍ତୁ ଟି-୨୦ ଏବଂ ଦିନିକିଆ ଆରମ୍ଭ ହେବା ପରେ ଖେଳରେ ଆକ୍ରମକତା ଦେଖିବାକୁ ମିଳିଛି । ଏଥିପାଇଁ ଷ୍ଟାଡିୟମ ଆଖପାଖରେ ରହୁଥିବା ଲୋକଙ୍କ ସମ୍ପତ୍ତି ମଧ୍ୟ ନଷ୍ଟ ହେଉଛି । ଏ ନେଇ ଜଣେ ୮୦ ବର୍ଷୀୟ ବୟସ୍କ ବ୍ୟକ୍ତି କହିଛନ୍ତି ଯେ, ବର୍ତ୍ତମାନର ବ୍ୟାଟ୍ସମ୍ୟାନ୍ ଖୁବ ବଡ଼ ବଡ଼ ଶଟ୍ ଖେଳୁଛନ୍ତି । ଫଳରେ ଷ୍ଟାଡିୟମ ମଧ୍ୟ ଛୋଟ ମନେ ହେଉଛି ।
Trending
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
- ରାତାରାତି ବଢିଗଲା ଆଳୁ-ପିଆଜ ଦର
- ମଙ୍ଗଳବାର ସ୍ଥଳଭାଗ ମୁହାଁଇବ ‘ମନ୍ଥା’
- ଆଜି ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ‘ମୋନ୍ଥା’
- ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ ର ଗତିପଥ ,ଓଡ଼ିଶାର ୧୫ଟି ଜିଲା ଉପରେ ବାତ୍ୟାର ପ୍ରକୋପ
- ମନ୍ କି ବାତ୍ କାର୍ଯ୍ୟକ୍ରମର ୧୨୭ତମ ଏପିସୋଡ୍ , ଛଟ୍ ପର୍ବର ଗୁରୁତ୍ୱ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ
Prev Post