କାଲିଠୁ ଭାରତ-ସାଉଥ ଆଫ୍ରିକା ୩ୟ ତଥା ନିର୍ଣ୍ଣାୟକ ଟେଷ୍ଟ

କାଲିଠୁ ଭାରତ-ସାଉଥ ଆଫ୍ରିକା ୩ୟ ତଥା ନିର୍ଣ୍ଣାୟକ ଟେଷ୍ଟ

ମେଟ୍ରୋ ଟିଭି ଓଡିଶା,୧୦/୧: ୧୧ ତାରିଖରୁ ଆରମ୍ଭ ହେବ ୩ୟ ଟେଷ୍ଟ । ଭାରତ ଓ ସାଉଥ ଆଫ୍ରିକା ପ୍ରଥମ ୨ଟି ଟେଷ୍ଟରେ ୧-୧ରେ ସିରିଜ ବରାବର ରହିଛି । ସେଞ୍ଚୁରିୟନ୍ରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ୧୧୩ ରନ୍ ବିଜୟ ହାସଲ କରିଥିଲା । ସେହିପରି ଜୋହାନ୍ସବର୍ଗରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟକୁ ୭ ୱିକେଟ୍ ଜିତି ଦକ୍ଷିଣ ଆଫ୍ରିକା ସ୍ଥିତି ବରାବର କରିଥିଲା । କେପ୍ ଟାଉନ୍ ଜୋରଦାର ନେଟସ୍ ପ୍ରାକ୍ଟିସ ଆରମ୍ଭ କରିଛି ଭାରତୀୟ କ୍ରିକେଟ ଟିମ୍ । ଇତିହାସ ରଚିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ମାଟିରେ ଭାରତ କେବେ ଟେଷ୍ଟ ସିରିଜ ଜିତିପାରିନାହିଁ । ଜୋହାନ୍ସବର୍ଗରେ ପରାଜୟ ପରେ ଭାରତୀୟ ଦଳ ଅଧିକ ଗମ୍ଭୀର ଭାବେ ଏହି ଟେଷ୍ଟକୁ ଖେଳିବ । ବିରାଟ କୋହଲି ଚୂଡାନ୍ତ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି । ନେଟ୍ସକୁ ଫେରି ଅଭ୍ୟାସ ଆରମ୍ଭ କରିଛନ୍ତି ବିରାଟ । ତୃତୀୟ ଟେଷ୍ଟ ଖେଳିବାକୁ ବିରାଟ ପୂରା ଫିଟ୍ ହୋଇଯିବେ ବୋଲି କହିଛନ୍ତି ଭାରତୀୟ କ୍ରିକେଟ ଟିମ୍ ମୁଖ୍ୟ ରାହୁଲ ଦ୍ରାବିଡ ।
ତୃତୀୟ ଟେଷ୍ଟରୁ ବାଦ୍ ପଡିପାରନ୍ତି ମହମ୍ମଦ ସିରାଜ । ଦ୍ୱିତୀୟ ଟେଷ୍ଟରେ ମାଂସପେଶୀ ଜନିତ ସମସ୍ୟା ସହ ସଂଘର୍ଷ କରିଥିଲେ ସିରାଜ । ସେହିଭଳି ଇଶାନ୍ତ ଶର୍ମା ମଧ୍ୟ ଜୋରଦାର ପ୍ରାକ୍ଟିସ କରିଛନ୍ତି । ଯଦି ସିରାଜ ନଖେଳନ୍ତି ତେବେ ଉମେଶ ଯାଦବ କିମ୍ବା ଇଶାନ୍ତ ଶର୍ମାଙ୍କୁ ସୁଯୋଗ ମିଳିପାରେ ।