ଇସ୍ତଫା ଦେଲେ ଟିମ୍ ସାଉଦୀ

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ୨-୦ରେ ପରାସ୍ତ ହେବା ପରେ ନ୍ୟୁଜିଲାଣ୍ଡ ଅଧିନାୟକ ପଦ ଛାଡ଼ିଛନ୍ତି ଟିମ୍ ସାଉଦୀ । ଏହାଫଳରେ ଭାରତ ଗସ୍ତ ପୂର୍ବରୁ ନ୍ୟୁଜିଲାଣ୍ଡର ଅଧିନାୟକ ବଦଳିଛନ୍ତି । ଟମ ଲାଥମ ଏବେ ନ୍ୟୁଜିଲାଣ୍ଡ ଟିମର ନୂଆ ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି । ଲାଥମ ୧୪ଟି ଟେଷ୍ଟରେ ନ୍ୟୁଜିଲାଣ୍ଡ ପାଇଁ ନେତୃତ୍ୱ ନେଇଥିବା ବେଳେ ସେଥିମଧ୍ୟରୁ ୬ଟିରେ ଦଳକୁ ବିଜୟୀ କରାଇଥିଲେ ଓ ୬ଟିରେ ପରାଜୟର ସାମ୍ନା କରିଥିଲେ ।