ଇତିହାସ ରଚିଲେ ଯଶସ୍ୱୀ

ଟିମ ଇଣ୍ଡିଆର ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ, ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ମାତ୍ର ୧୦ ରନ୍ କରି ପାଭିଲିୟନ୍ ଫେରିଛନ୍ତି । କିନ୍ତୁ ଏହି ୧୦ ରନ୍ ଭିତରେ ହିଁ ଏକ ବିରାଟ ଇତିହାସ ସୃଷ୍ଟି କରିଛନ୍ତି ଯଶସ୍ୱୀ । ଆଜିର ଇନିଂସରେ ୧୦ ରନ୍ କରିବା ସହ ଟେଷ୍ଟ କ୍ରିକେଟର ମହାନତମ ବ୍ୟାଟର ଡନ୍ ବ୍ରାଡମ୍ୟାନଙ୍କ ଏକ ବିରଳ ରେକର୍ଡ କ୍ଲବରେ ସେ ନିଜ ନାମ ସାମିଲ କରିଛନ୍ତି । ଗତବର୍ଷ ଡେବ୍ୟୁ କରିଥିବା ଜଏସ୍ୱାଲ କ୍ୟାରିୟରର ପ୍ରଥମ ବର୍ଷରେ ହିଁ ବିଶାଳ ରେକର୍ଡର ଅଧିକାରୀ ହୋଇଛନ୍ତି ।ଗତବର୍ଷ ଜୁଲାଇରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ଦମଦାର ଡେବ୍ୟୁ କରିଥିଲେ ଯଶସ୍ୱୀ ଜଏସ୍ୱାଲ । ତେବେ ଡେବ୍ୟୁ ପରେ ଚଳିତ ବାଂଲାଦେଶ ବିପକ୍ଷ ଟେଷ୍ଟରେ ସେ ନିଜ ଦଶମ ଟେଷ୍ଟ ମ୍ୟାଚରେ ପାଦ ଦେଇଛନ୍ତି । ଚେନ୍ନାଇର ଚିପାକ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଦମଦାର ଅର୍ଦ୍ଧଶତକୀୟ ପାଳି ଖେଳୁଛନ୍ତି ଯଶସ୍ୱୀ । କିନ୍ତୁ ଦ୍ୱିତୀୟ ଇନିଂସରେ ସେ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି । ମାତ୍ର ୧୦ ରନ୍ କରି ସେ ପାଭିଲିୟନ୍ ଫେରିଛନ୍ତି । ଏହି ୧୦ ରନ୍ ସହିତ ସେ ଭେଟେରାନ୍ କ୍ରିକେଟ ଡନ୍ ବ୍ରାଡମ୍ୟାନଙ୍କ ଏକ ସ୍ପେଶାଲ ରେକର୍ଡ ତାଲିକାରେ ସ୍ଥାନ ପାଇଛନ୍ତି । କ୍ୟାରିୟରର ପ୍ରଥମ ଟେଷ୍ଟରେ ସର୍ବାଧିକ ସ୍କୋର କରିବା ତାଲିକାରେ ସେ ଏହି ରେକର୍ଡ ସୃଷ୍ଟି କରିଛନ୍ତି ।