ଆଜି ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପରଜିଆଣ୍ଟସ,ଦିଲ୍ଲୀ କ୍ୟାପିଟାଲ୍ସ
ମେଟ୍ରୋ ଓଡିଶା (୭ .୪.୨୦୨୨) :
ଚଳିତ ଆଇପିଏଲ ୧୫ତମ ଲିଗ୍ ମ୍ୟାଚରେ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପରଜିଆଣ୍ଟସ ପରସ୍ପରକୁ ଟକ୍କର ଦେବେ। ଏହି ମ୍ୟାଚ୍କୁ ନେଇ ଉଭୟ ଦଳ ପ୍ରସ୍ତୁତ ରହିଛନ୍ତି। ସୁପରଜିଆଣ୍ଟସ ୩ଟି ମ୍ୟାଚ୍ ଖେଳି ୨ଟି ବିଜୟ ସହ ମୋଟ୍ ୪ ପଏଣ୍ଟ ହାସଲ କରିଛି । କ୍ୟାପିଟାଲ୍ସ ୨ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ସହ ୨ ପଏଣ୍ଟ ହାତେଇଛି । ମୁମ୍ବାଇର ଡିଓ୍ଵାଇ ପାଟିଲ ଷ୍ଟାଡିୟମରେ ଆଜି ମ୍ୟାଚ ଖେଳାଯିବ। ସୁପରଜିଆଣ୍ଟସ ପ୍ରଥମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଠାରୁ ପରାଜିତ ହୋଇଥିଲା ।

କିନ୍ତୁ ପର ମ୍ୟାଚରେ ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ବିଜୟ ଖାତା ଖୋଲିଥିଲା । ଏହା ମଧ୍ୟରେ ଲକ୍ଷ୍ମୌ ସୁପରଜିଆଣ୍ଟସ୍ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ସାରିଛି । ଅଭେଶ ଖାନ ଓ ଜାସନ ହୋଲ୍ଡରଙ୍କ ଘାତକ ବୋଲିଂ କରୁଛନ୍ତି। ସେହିପରି ଗୁଜରାଟ ଟାଇଟନ୍ସ ଠାରୁ ପରାଜିତ ହେବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ତ୍ରୁଟି ନଜରକୁ ଆସିଛି । ବୋଲିଂ ବିଭାଗ ଟିକେ ଭଲ ରହିଥିବା ବେଳେ ବ୍ୟାଟିଂ ବିଭାଗ ନିରାଶ କରିଛି । ତେଣୁ ମ୍ୟାଚରେ ଏକାଦଶରେ ପରିବର୍ତ୍ତନ ହୋଇପାରେ ବୋଲି ଆକଳନ କରାଯାଉଛି।