ଏସିଆ କପ୍ ପରେ ଭାରତୀୟ ଟିମ୍ ଆଗାମୀ ଦିନରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିିନିକିଆ ସିରିଜ ଖେଳିବ। ହେଲେ ଏହା ପୂର୍ବରୁ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କ ଖେଳିବା ନେଇ ଆଶଙ୍କା ଦେଖାଦେଇଛି। ବାଲାଂଦେଶ ବିପକ୍ଷ ସୁପର ୪ ପର୍ଯ୍ୟାୟ ମ୍ୟାଚ୍ରେ ଆହତ ହୋଇଥିଲେ ସେ। ଏଥିଲାଗି ସେ ଏସିଆ କପ୍ରୁ ବାଦ୍ ପଡ଼ିଥିଲେ। ତାଙ୍କ ସ୍ଥାନରେ ଓ୍ବାଶିଂଟନ ସୁନ୍ଦରଙ୍କୁ ସୁଯୋଗ ମିଳିଥିଲା।ତେବେ ଏସିଆ କପ୍ ଟୁର୍ନାମେଣ୍ଟ ଶେଷ ହେବା ପରେ ଅଧିନାୟକ ରୋହିତ ଶର୍ମା ଅକ୍ଷରଙ୍କୁ ନେଇ କହିଛନ୍ତି ଯେ, ତାଙ୍କୁ ସାମାନ୍ୟ ଆଘାତ ଲାଗିଛି। ସେ ସପ୍ତାହେ କିମ୍ବା ୧୦ ଦିନ ମଧ୍ୟରେ ଠିକ୍ ହୋଇଯିବେ ବୋଲି ଭାବୁଛୁ। ହେଲେ ମୋତେ ତାହା ଜଣାନାହିଁ। ତାଙ୍କ ଆଘାତ କିଭଳି ଅଛି ତାକୁ ଦେଖିବାକୁ ହେବ। ଏଭଳି ମାମଲାରେ କିଛି ଲୋକ ଶୀଘ୍ର ସୁସ୍ଥ ହୋଇଯାଆନ୍ତି। ଅକ୍ଷର ମଧ୍ୟ ସେଭଳି ସୁସ୍ଥ ହୋଇଯିବେ ବୋଲି ଭାବୁଛୁ। ଏଣୁ ସେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇ ମ୍ୟାଚ୍ ଖେଳିବା ଭଳି ଲାଗୁନାହିଁ। ଆମକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
Trending
- ବିଧାନସଭାରେ ବିରୋଧୀ ବିଜେଡି ବିଧାୟକଙ୍କ ହଙ୍ଗାମା, ଗୃହକୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି
- ବଳଙ୍ଗା ପୀଡିତା କିରୋସିନ ଢାଳି ନିଜ ଜୀବନ ନେଇଥିଲେ – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଆତଙ୍କବାଦୀମାନଙ୍କୁ ସେମାନଙ୍କ ଧର୍ମ ଦେଖି ନୁହେଁ, ସେମାନଙ୍କ କାର୍ଯ୍ୟକୁ ଆଧାର କରି ହତ୍ୟା କରିଛି ଭାରତ –
- ଭିଜିଲାନ୍ସ ହାତରେ ୧୯୯ ଜଣ ସରକାରୀ ବାବୁ ଧରାପଡ଼ିଛନ୍ତି
- ନବରାତ୍ରର ପ୍ରଥମ ଦିନ
- ଭୁବନେଶ୍ବର କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପ୍ରଦୀପ ଜେନା
- ବର୍ତ୍ତମାନ କରାଯାଇଥିବା GST ସଂସ୍କାର ଦ୍ୱାରା ଘର ନିର୍ମାଣ, ଗାଡ଼ି କିଣିବା, ବୁଲାବୁଲି ଖର୍ଚ୍ଚ କମିବ – ପ୍ରଧାନମନ୍ତ୍ରୀ
- ବନ୍ଦ ଥିବା ୭୦ ଟି ମଦ ଦୋକାନ ଖୋଲିବା ପାଇଁ ମିଳିଛି ଅନୁମତି
- ଆରପାରିରେ ଆଦିବାସୀ ନେତା ଜର୍ଜ ତିର୍କୀ, ଗଭୀର ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- ମହିଳାଙ୍କୁ ଟାଣିନେଇଥିଲା କୁମ୍ଭୀର , ମିଳିଲା ମୃତଦେହ
Prev Post
Next Post