ସେପ୍ଟେମ୍ବର ୧୪ରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ

ଏସିଆ କପ୍ ୨୦୨୫ରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ। ସେପ୍ଟେମ୍ବର ୧୪ରେ ଏହି ଦୁଇ ଦେଶ ମଧ୍ୟରେ ହେବ ମହା ମୁକାବିଲା। ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଅଶାନ୍ତିକୁ ଦେଖି ଉଭୟ ଦେଶ ଏବେ କେବଳ ଏସିଆ କପ୍ କିମ୍ବା ଆଇସିସି ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେବେ। ତେଣୁ ପ୍ରଶଂସକମାନେ ଏହି ମ୍ୟାଚ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଉଭୟ ଦେଶ ସମ୍ଭବତଃ ସେପ୍ଟେମ୍ବର ୨୧ରେ ମଧ୍ୟ ଦୁବାଇରେ ଦ୍ୱିତୀୟ ଥର ପାଇଁ ଖେଳିପାରନ୍ତି। ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ସେପ୍ଟେମ୍ବର ୨୯ରେ ଦୁବାଇରେ ଅନୁଷ୍ଠିତ ହେବ। ପ୍ରଶଂସକମାନେ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଅପେକ୍ଷା କରିଥିବା ବେଳେ ଏହି ମ୍ୟାଚ୍ ପ୍ରସାରଣକାରୀଙ୍କ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। କାରଣ ମ୍ୟାଚ୍‌କୁ ନେଇ ଦେଶ-ବିଦେଶରେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅଧିକ ଉତ୍ସାହ ଥିବାରୁ ଏହାର ଲାଭ ଉଠାଇ ପ୍ରସାରଣକାରୀ ବିଜ୍ଞାପନରୁ କୋଟି କୋଟି ଟଙ୍କା ରୋଜଗାର କରିବାର ଆଶା ରଖିଛନ୍ତି।

Leave a comment