ଆମେରିକୀୟ ମେକାନିକ୍ ଓ୍ବାଲ୍ଟର ହଣ୍ଟ ହେଉଛନ୍ତି ସେଫ୍ଟି ପିନ୍ର ଉଦ୍ଭାବକ। ଓ୍ବାଲ୍ଟର ହଣ୍ଟ ଛୋଟ ଛୋଟ କିନ୍ତୁ ଅତି ଆବଶ୍ୟକୀୟ ଜିନିଷର ଉଦ୍ଭାବକଭାବେ ବେଶ୍ ପରିଚିତ। କୁହାଯାଏ ଥରେ ଓ୍ବାଲ୍ଟର ହଣ୍ଟ ଅନେକ କରଜରେ ବୁଡି ରହିଥିଲେ। ସେଇ କରଜକୁ ପରିଶୋଧ କରିବା ଲାଗି ସେ ଅନେକ ଉଦ୍ଭାବନ କରିଥିଲେ। ଆଉ ତା’ ମଧ୍ୟରେ ସେଫ୍ଟି ପିନ୍ ଥିଲା ଅନ୍ୟତମ। ଏହାକୁ ତିଆରି କରିବା ପରେ ସେ ଯେବେ ଅନୁଭବ କଲେ ଯେ, ଏହା ବହୁତ ଆବଶ୍ୟକୀୟ ଜିନିଷ ତାକୁ ପେଟେଣ୍ଟ କରାଇଲେ। କିନ୍ତୁ ପରେ କରଜ ଶୁଝିବା ଲାଗି ତାକୁ ବିକ୍ରି ବି କରିଦେଲେ। ଯେଉଁଥିପାଇଁ ସେ ୪୦୦ ଡଲାର ପାଇଥିଲେ। ଉଦ୍ଭାବନ ପଛର କଥା: କୁହାଯାଏ ଓ୍ବାଲ୍ଟର ହଣ୍ଟଙ୍କ ପତ୍ନୀଙ୍କ ଡ୍ରେସ୍ର ବଟନ୍ ଛିଣ୍ଡି ଥରେ ଯାଇଥିଲା। ସେତେବେଳେ ଓ୍ବାଲ୍ଟର ଛୋଟିଆ ତାରଖଣ୍ଡେକୁ ମୋଡି ଏକ ଯୋଗାଡ କରିଥିଲେ, ଯାହାକି ବଟନ୍ ପରି କାମ କରିଥିଲା। ପରେ ସେ ସେହି ତାରରେ ଅଧିକ ଗବେଷଣା କରି ହାତ ଯେମିତି ଫୋଡି ନ ହୁଏ ସେଭଳି ଏକ ଡିଜାଇନ୍ କରି ଏହି ସେଫ୍ଟି ପିନକୁ ତିଆରି କଲେ। ସେତେବେଳେ ଏହାକୁ ‘ଡ୍ରେସ୍ ପିନ୍’ କୁହାଯାଉଥିଲା। ସମୟ ବଦଳିଲା। ହେଲେ ଏହାର ଆବଶ୍ୟକତା କମିଲା ନାହିଁ। ଏହା ଆଙ୍ଗୁଠିକୁ ସୁରକ୍ଷା ପ୍ରଦାନ କରୁଥିବାରୁ ପରେ ଏହାକୁ ‘ସେଫ୍ଟି ପିନ୍’ କୁହାଗଲା। ଏବେ ବି ଏହାର ମୁଖ୍ୟ କାମ ଡ୍ରେସ୍ ପିନ୍ କରିବା ଅଟେ। ଶାଢି, ସାଲଓ୍ବାର ସହ ଅନ୍ୟ ମଡର୍ଣ୍ଣ ଡ୍ରେସ୍ରେ ବି ଏହାକୁ ବ୍ୟବହାର କରାଯାଉଛି। ଏହାର ଉପଯୋଗିତା କମି ନ ଥିବାରୁ ଆଜିବି କୌଣସି କମ୍ପାନୀ ଏହାର ଡିଜାଇନ୍ରେ କିଛି ପରିବର୍ତ୍ତନ କରି ନାହାନ୍ତି। କେବଳ କିଛି କମ୍ପାନୀ ଶାଢୀ, ଡ୍ରେସ୍ ସହ ମ୍ୟାଚ୍ କଲାଭଳି କଲରଫୁଲ ସେଫ୍ଟି ପିନ୍ ତିଆରି କରୁଛନ୍ତି। ତା’ମାନେ ନୁହେଁ ଯେ, ଷ୍ଟିଲ୍ ସେଫ୍ଟି ପିନ୍ର ଚାହିଦା କମିଛି।
Trending
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭାରତ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି
- ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ
- ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି
- ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଓ ରାହୁଲଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ
- ଦୃଷ୍ଟିବାଧିତ ମାଆ କୋଳକୁ ଫେରିଲା ଅପହୃତ କୁନି ଶିଶୁ
- ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି,୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ସୁଧ ଦେବାକୁ ପଡିବ ନାହିିଁ
- କଂଗ୍ରେସ କାହିଁକି ଜଣେ ମୁସଲମାନ ସଭାପତିଙ୍କ ନାମ ଘୋଷଣା କରୁନାହିଁ – ମୋଦୀ
- ଆଜିଠୁ ଓଡିଶା ଉପକୂଳ ସମୁଦ୍ରରେ ମାଛଧରା ନିଷେଧ
Prev Post
Next Post