ଭୋଜନର ମହତ୍ତ୍ୱ !

ଜାଣନ୍ତି କି ଭୋଜନକୁ ନେଇ ଅନେକ ଶୁଭ ଓ ଅଶୁଭ ଘଟଣାର ସଙ୍କେତ

ଭୋଜନ ହିଁ ଜୀବନର ଆଧାର । ତେଣୁ ଶାସ୍ତ୍ରରେ ମଧ୍ୟ ଭୋଜନର ମହତ୍ତ୍ୱ ବର୍ଣ୍ଣନା କରାଯାଇଛି । ଏହାସହ ଭୋଜନ ସହ ଜଡିତ ଅନେକ ନିୟମ ମଧ୍ୟ ବର୍ଣ୍ଣନା କରାଯାଇଛି ।ମାତ୍ର ଆପଣ ଜାଣନ୍ତି କି ଭୋଜନକୁ ନେଇ ଅନେକ ଶୁଭ ଓ ଅଶୁଭ ଘଟଣାର ସଙ୍କେତ ମଧ୍ୟ ମିଳିଥାଏ । ଅନେକ ସମୟରେ ଦେଖିଥିବେ ଖାଦ୍ୟରୁ ବାରମ୍ବାର କେଶ ବାହାରିଥାଏ ।ଭୋଜନ ଗ୍ରହଣ ସମୟରେ ବାରମ୍ବାର କେଶ ବାହାରିବା ଶୁଭଙ୍କର ନୁହେଁ । ମାନ୍ୟତା ଅନୁଯାୟୀ ଗ୍ରହଙ୍କ ଅଶୁଭ ପ୍ରଭାବ ଥିଲେ ଏପରି ହୋଇଥାଏ ।ଭୋଜନରେ ସର୍ବଦା କେଶ ବାହାରିବା ପିତୃଦୋଷ ରହିଥିବାର ସଙ୍କେତ ଦେଇଥାଏ । ଖାଦ୍ୟ ଖାଇବାକୁ ବସିବା ମାତ୍ରେ ସେଥିରୁ କେଶ ବାହାରିବା ପିତୃ ଦୋଷର ସଙ୍କେତ ଦେଇଥାଏ ।ଆପଣଙ୍କ ସହ ଏଭଳି ହେଉଥିଲେ, ରାହୁ ଓ ପିତୃଦୋଷରୁ ମୁକ୍ତି ପାଇବା ପାଇଁ ଉପାୟ ଆପଣାନ୍ତୁ । ଭୋଜନ କରିବା ପୂର୍ବରୁ କେଶକୁ ଭଲ ଭାବେ ବାନ୍ଧି ଭୋଜନ କରନ୍ତୁ ।ମାନ୍ୟତା ଅନୁଯାୟୀ, ଭୋଜନ ପରଷିବା ସମୟରେ ଖାଦ୍ୟ ବାରମ୍ବାର ହାତରୁ ଖସିବା, ଭୋଜନ କରିବା ସମୟରେ ଅଶୁଭ ଖବର ଶୁଣିବା ମଧ୍ୟ ଶୁଭ ନୁହେଁ । ଭୋଜନ ପୂର୍ବରୁ ଭଗବାନଙ୍କୁ ସ୍ମରଣ କରି ହାତଗୋଡ ପରିଷ୍କାର ଭାବେ ଧୋଇ ଆସନରେ ବସି ଭୋଜନ ଗ୍ରହଣ କରନ୍ତୁ ।