ବିଲେଇ ଛୁଆର ଅନାବିଳ ବାତ୍ସଲ୍ୟ ପ୍ରେମରେ ହାରିଛି କୁକୁର

ବିଲେଇ ଛୁଆର ଅନାବିଳ ବାତ୍ସଲ୍ୟ ପ୍ରେମରେ ହାରିଛି କୁକୁର

ମେଟ୍ରୋ ଟିଭି ଓଡିଶା,୩/୨ : ପୃଥିବୀରେ ଈଶ୍ୱରଙ୍କ ସୃଷ୍ଟି ଅତି ବିଚିତ୍ର । ମଣିଷ ହେଉ ଅବା ପଶୁ । ମାଆ ଟିଏ ନିଜ ଛୁଆକୁ ଜନ୍ମଗ୍ରହଣ କରିବା ପରେ ସ୍ତନ୍ୟପାନ କରାଇଥାନ୍ତି । ମାଆର ମମତା ଆଗରେ ହାର ମାନିଥାଏ ସମସ୍ତଙ୍କ ମମତା । ମାଆ ଆଗରେ ସବୁ ପିଲା ସମାନ । ଆଜିର ଦୁନିଆଁରେ ପଶୁ ପକ୍ଷୀକୁ ମଧ୍ୟ ସ୍ନେହ ପ୍ରେମ ଭଲପାଇବା ଦିଆଯାଇ ଘରେ ପାଳନ କରାଯାଉଛି । ପଶୁ ପକ୍ଷୀ ମଧ୍ୟ ମଣିଷଙ୍କ ଠାରୁ ଭଲପାଇବା ପାଇ ନିଜ ଜାଗା ଛାଡି ମଣିଷ ମାନଙ୍କ ଆଦରକୁ ଆଦରି ନେଉଛନ୍ତି । ବେଳେ ବେଳେ ମଣିଷ ଆଉ ପକ୍ଷୀଙ୍କ ପ୍ରେମକୁ ଦେଖିଲେ, ମନକୁ ଭାବନା ଆସେ ଭଲପାଇବା କାହା ସହିତ ବି ହୋଇପାରେ । ଆମେ ସାଧାରଣତଃ ଜାଣିଛେ ମାଆ ଟିଏ ତାର ଛୁଆକୁ ସ୍ତନ୍ୟପାନ କରାଇଥାଏ ।

YouTube player


ସୂଚନା ଅନୁସାରେ ଏହି ନିଆରା ବ୍ୟତିକ୍ରମ ଘଟିଛି । ଗୋଟିଏ ବିଲେଇ ଛୁଆ କୁକୁର ମଧ୍ୟରେ ଅହି ନକୁଳ ସମ୍ପର୍କ ଥିଲେ ମଧ୍ୟ ଛୁଆଟିର ବାତ୍ସଲ୍ୟ ମମତା ଆଗରେ ଅନ୍ଧ ହୋଇ କ୍ଷୀର ଖୁଆଇବା ସହ ତା ସହ କୌତୁକରେ ଖେଳିବା ଦୃଶ୍ୟ ଯେତିକି ଆମୋଦଦାୟକ ତା ଠାରୁ ଢେର ଗୁଣରେ ଆଶ୍ଚର୍ଯ୍ୟଜନକ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ନିକଟସ୍ଥ କନ୍ଧ ନୟାଗଡ ଅଚଂଂଳରେ । ଏପରିକି ବିଲେଇ ଛୁଆଟି କୁକୁଡ଼ାକୁ ଆକ୍ରମଣ ନ କରି ତା ସହିତ ଖେଳିବା ଆହୁରି ରୋଚକପୂର୍ଣ୍ଣ ।
ରିପୋର୍ଟ ଯୋଗେଶ୍ୱର ପଣ୍ଡା ମେଟ୍ରୋଟିଭି ଓଡିଶା