ବତକ ମାଙ୍କଡର ନିଆରା ପ୍ରେମ

ବତକ ମାଙ୍କଡର ନିଆରା ପ୍ରେମ

ମେଟ୍ରୋ ଟିଭି ଓଡିଶା,୧୮/୧: କେବଳ ମଣିଷ ମଣିଷ ଭିତରେ ସେହ୍ନ ଶ୍ରଦ୍ଧା ସିମୀତ ନାହିଁ । ବିଭିନ୍ନ ପଶୁ ପକ୍ଷୀ ମଧ୍ୟରେ ସେମାନଙ୍କର ବନ୍ଧୁତା ଦେଖିଲେ ମୁଣ୍ଡ ନଇ ଯାଏ । ବତକ ଆଉ ମାଙ୍କଡ ବନ୍ଧୁତା ଓ ପରସ୍ତର ପ୍ରତି ସେହ୍‌ନ ସଂପର୍କର ଦୃଶ୍ୟ ଅତି ମନଲୋଭା । ଏହି ବନ୍ଧୁତା ସେମାନେ ପ୍ରତି ଦିନ କିଭଳି ପରସ୍ପର କି ଗେଲ କରନ୍ତି ସାଙ୍ଗସାଥୀ ହୋଇ ଖେଳନ୍ତି ତାହା ମାନବ ସମାଜକୁ ନୂଆ ବର୍ତ୍ତା ଯୋଗାଇ ଦେଇଛି । ପୂର୍ବରୁ କୁମ୍ବୀର ମାଙ୍କଡ ବନ୍ଧୁତାର ଦ୍ୱାହି ଦେଇ ବିପଦର ସୂଚନା ଦିଆଯାଉଥିଲା । ହେଲେ ଏବେ ଜଣେ ଗଛ ଓ ସ୍ଥଳ ଭାଗରେ ଓ ଅନ୍ୟ ଜଣେ ଜଳ ଓ ସ୍ଥଳ ଭାଗରେ ବସବାସ କରନ୍ତି । ମଣିଷ ପାଖରେ ମାଙ୍କଡ ଓ ବତକ ରହି ପେଷା ହୋଇ ରହିଥିବା ବେଳେ ତାଙ୍କ ଭିତରେ ଅନାବିଳ ପ୍ରେମ ଆମକୁ ପ୍ରେରଣା ଦଉଛି ।

source-bebe macaco natureza

ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ମାଙ୍କଡ ବତକର ବନ୍ଧୁତା । ଦୁହେଁ ଅଲଗା ଅଲଗା ପ୍ରଜାତିର ହେଲେ ବି ବନ୍ଧୁତା ଆଗରେ ହାର ମାନିଛି ଶରୀର ଖାଦୀ ଓ ଜୀବନଶୌଳି । ସାଙ୍ଗ ହୋଇ ଖାଇ ଖେଳି ବୁଲି ବନ୍ଧୁତାର ଉଦାହରଣ ପାଲଟିଛନ୍ତି ସେମାନେ । କଥା କହୁପାରୁନଥିଲେ ବି ସଂପର୍କ ନିଆର ଓ ପ୍ରେମ ବି ନିଆରା । କଥା କହିନପାରି ଦୁହେଁ ବୁଝି ଯାଉଛନ୍ତି ପରସ୍ପର ମନର କଥା । ଯାହା ଆଜିକା ମାନବ ସମାଜ ପାଇ ପ୍ରେରଣା ପାଲଟିଛି ।